ବଜ୍ରପାତରେ ଖସିଲା ରାମେଶ୍ବର ମନ୍ଦିର ଦଧିନଉତି

ଭୁବନେଶ୍ବର: ବଜ୍ରପାତରେ ଖସିଲା ମନ୍ଦିର ଦଧିନଉତି । ଭୁବନେଶ୍ବର ସ୍ଥିତ ରାମେଶ୍ବର ମନ୍ଦିରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଶନିବାର ସକାଳୁ ରାଜଧାନୀ ଭୁବନେଶ୍ବରରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ବଜ୍ରପାତ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । ମାଉସୀ ମା’ ମନ୍ଦିର ନିକଟରେ ଥିବା ରାମେଶ୍ୱର ମନ୍ଦିର ଦଧିନଉତି ବଜ୍ରପାତରେ ଖସିପଡିଥିବା ଦେଖିବାକୁ ମିଳିଛି । ବଜ୍ରପାତରେ ମନ୍ଦିରର ଦଧିନଉତି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । ଏହା ସମ୍ପୂର୍ଣ୍ଣ ଭାଙ୍ଗି ମନ୍ଦିର ପରିସରର ପଡିଥିବା ଦେଖିବାକୁ ମିଳିଛି ।

ତେବେ ସେବାୟତଙ୍କ କହିବା ଅନୁସାରେ ଶନିବାର ସକାଳ ୯ଟାରୁ ୧୦ଟା ସମୟରେ ସେବାୟତମାନେ ମନ୍ଦିର ଭିତରେ କାମ କରୁଥିଲେ । ହଠାତ ଜୋରରେ ଶବ୍ଦ ହେବ ସହ ଆଲୋକ ଦେଖାଯାଇଥିଲା । ମନ୍ଦିର ବାହାରକୁ ଆସି ଦେଖିବା ବେଳକୁ ମନ୍ଦିରର ଦଧିନଉତିଟି ସମ୍ପୂର୍ଣ୍ଣ ଭାଙ୍ଗି ତଳେ ପଡିଛି । ଯାହାକୁ ନେଇ ସେବାୟତଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଥିଲା ।

Related Articles

Back to top button