ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚନ୍ଦନ କାଠରେ ତିଆରି ସୀତାର୍

ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ନିଜର ଗସ୍ତ ସାରି ଫ୍ରାନ୍ସକୁ ବିଦାୟ ଜଣାଇସାରିଛନ୍ତି । ମୋଦୀ ତାଙ୍କର ଏହି ଫ୍ରାନ୍ସ ଗସ୍ତ ସମୟରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍, ତାଙ୍କ ପତ୍ନୀ ବ୍ରିଗିଟ୍ ମାକ୍ରନ୍, ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ବୋର୍ନ ସମେତ ସିନେଟର ଅଧ୍ୟକ୍ଷ ପ୍ରମୁଖଙ୍କୁ ଭେଟିଥିଲେ । ତେବେ ଫ୍ରାନ୍ସକୁ ବିଦାୟ ଜଣାଇବା ପୂର୍ବରୁ ମୋଦୀ ବିଦେଶ ମାଟିରେ ଭାରତୀୟ ଶିଳ୍ପକଳାର ବିଭିନ୍ନ ଉପହାର ସେମାନଙ୍କୁ ଭେଟି ଦେଇଛନ୍ତି । ମୋଦୀ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚନ୍ଦନ କାଠରେ ପ୍ରସ୍ତୁତ ଏକ ସିତାର୍ ଗିଫ୍ଟ ଦେଇଥିବାବେଳେ, ତାଙ୍କ ପତ୍ନୀ ବ୍ରିଗିଟ୍ ମାକ୍ରନଙ୍କୁ ସିଲ୍କରେ ପ୍ରସ୍ତୁତ ଏକ ଶାଢୀ ଗିଫ୍ଟ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ମୋଦୀ ଦେଇଥିବା ଉପହାରଟି ସମ୍ପୂର୍ଣ୍ଣ ଭାବେ ଚନ୍ଦନ କାଠରେ ପ୍ରସ୍ତୁତ କରାଯାଇଛି । ଏହି ସିତାରରେ ଦେବୀ ସରସ୍ୱତୀ ଏବଂ ଗଣେଶଙ୍କ ପ୍ରତିକୃତ୍ତି ମଧ୍ୟ ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ, ଏହି ସୀତାରରେ ଭାରତର ରାଷ୍ଟ୍ରୀୟ ପକ୍ଷୀକୁ ମଧ୍ୟ ଚିତ୍ରଣ କରାଯାଇଛି ।

Related Articles

Back to top button