ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ୍ ତିଆରି କରିବେ ଭାରତ ଓ ଫ୍ରାନ୍ସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ଅବସରରେ ଦ୍ବିପାକ୍ଷିକ ପ୍ରତିରକ୍ଷା ସହଯୋଗ ଉପରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ୍‌ଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ପରେ ଏକ ମିଳିତ ବିବୃତିରେ ଘୋଷଣା କରାଯାଇଛି ଯେ ଦୁଇ ଦେଶ ମିଳିତଭାବରେ ଯୁଦ୍ଧବିମାନ ଇଂଜିନର ବିକାଶ କରିବେ

ଫ୍ରାନ୍ସ ବିମାନ କମ୍ପାନି ସାଫ୍ରାନ ଏବଂ ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ଚଳିତବର୍ଷ ଶେଷ ହେବା ପୂର୍ବରୁ ହିଁ ଉକ୍ତ ଯୌଥ ପ୍ରକଳ୍ପର ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବେ। ଫ୍ରାନ୍ସର ସାଫ୍ରାନ ହେଲିକପ୍ଟର ଇଂଜିନ ସହ ଇଣ୍ଡିଆନ ମଲ୍‌ଟି-ରୋଲ୍ ହେଲିକପ୍ଟର (ଆଇଏମ୍‌ଆର୍‌ଏଚ୍‌) ଅଧୀନରେ ହେଭି-ଲିଫ୍ଟ ହେଲିକପ୍ଟରର ମଟରାଇଜେସନ ପାଇଁ ଶିଳ୍ପ ସହଯୋଗକୁ ଉଭୟ ଦେଶ ସମର୍ଥନ କରିବେ। ଏ ନେଇ ଇଂଜିନର ବିକାଶ ତଥା ଟେକ୍ନୋଲୋଜି ଆଦାନପ୍ରଦାନ ପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍), ଭାରତ ଓ ସାଫ୍ରାନ ହେଲିକପ୍ଟର ଇଂଜିନ, ଫ୍ରାନ୍ସ ମଧ୍ୟରେ ଅଂଶୀଦାରୀ ରାଜିନାମା ହୋଇଛି।

Related Articles

Back to top button