ଆଜି ପବିତ୍ର ଚିତାଲାଗି ଅମାବାସ୍ୟା

ପୁରୀ: ଆଜି ପବିତ୍ର ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ମଧ୍ୟରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ଗତ ସ୍ନାନପୂର୍ଣ୍ଣମୀରେ ଅତ୍ୟଧିକ ସ୍ନାନ ହେତୁ ମହାପ୍ରଭୁ ଅଣସର ପିଣ୍ଡିରେ ଜ୍ବରରେ ପୀଡିତ ହୋଇପଡିଥିବା ବେଳେ ସୁବର୍ଣ୍ଣ ଖଚିତ ଚିତାକୁ ଲାଗି କରାଯାଇଥିଲା । ସେହି ଚିତାକୁ ଭଣ୍ଡାର ଘରେ ସୁରକ୍ଷିତ ରଖାଯାଇଥିବା ବେଳେ ଆଜି ଅମାବାସ୍ୟା ତିଥିରେ ଭଣ୍ଡାର ଘରୁ ଅଣାଯାଇ ମହାପ୍ରଭୁଙ୍କ ଶ୍ରୀମସ୍ତକରେ ଲାଗି କରାଯାଇଛି ।

ମହାପ୍ରଭୁ ଜଗନ୍ନାଥଙ୍କୁ ହୀରା, ଶ୍ରୀବଳଭଦ୍ରଙ୍କୁ ମାଣିକ୍ୟ ଓ ଦେବୀ ସୁଭଦ୍ରାଙ୍କୁ ଲୀଳା ଖଚିତ ସୁବର୍ଣ୍ଣଚିତା ପରମ୍ପରା ଅନୁସାରେ ଲାଗି କରାଯାଇଛି । ଏହା ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ନୀତି ପରେ ଦିନ 2ଟାରୁ ସନ୍ଧ୍ୟା 6ଟା ମଧ୍ୟରେ ଚିତା ଲାଗି କରାଯାଇଛି । ଏହି ସମୟରେ ସାଧାରଣ ଦର୍ଶନ ପ୍ରାୟ ୪ ଘଣ୍ଟା ଧରି ବନ୍ଦ ରହିଥିଲା।

Related Articles

Back to top button