ରବିବାର ଖୋଲିବ ହୀରାକୁଦ ଡ୍ୟାମ

ରବିବାର ଖୋଲିବ ହୀରାକୁଦ ଡ୍ୟାମ । ହୀରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ସକାଳ ୮ଟାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ୯ଟାରେ ସ୍ଲୁଇସ ଗେଟ ଖୋଲାଯିବ l ପ୍ରଥମେ ଶୁଭସଙ୍କେତ ୭ ନମ୍ବର ଗେଟ ଖୋଲାଯିବ l ବାମ ପାର୍ଶ୍ଵରୁ ୩ଟି ଓ ଡାହାଣ ପାର୍ଶ୍ଵ ରୁ ୨ଟି ଗେଟ ଖୋଲାଯିବ। ଏହିଭଳି ଭାବେ ମୋଟ ୫ ଟି ଗେଟ ଖୋଲାଯିବ l

ବର୍ତ୍ତମାନ ହୀରାକୁଦର ଜଳସ୍ତର 614.25 ଫୁଟ ଥିବା ବେଳେ ହୀରାକୁଦର କର୍ଭ ରୁଲ ଗାଇଡ ଲାଇନ ଅନୁସାରେ ଜୁଲାଇ ଶେଷ ସୁଦ୍ଧା ଜଳସ୍ତରକୁ 605 ଫୁଟକୁ ଖସାଇବାକୁ ପଡିବ l ସୂଚନା ଯୋଗେ ଯେ ହୀରାକୁଦର ଗୋଟିଏ ଗେଟ ଖୋଲିବାକୁ 23 ମିନିଟ ଲାଗୁଥିବା ବେଳେ ଏଥିପାଇଁ କ୍ରେନ ବ୍ୟବହାର ହୋଇଥାଏ । ବର୍ତ୍ତମାନ ହୀରାକୁଦ ଉପର ମୁଣ୍ଡରୁ ଜଳ ଭଣ୍ଡାର କୁ ସେକେଣ୍ଡ ପ୍ରତି ୬୮ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ଏହା ସହ ପାୱାର ଚେନେଲ ମାଧ୍ୟମରେ ଜଳ ଭଣ୍ଡାର ରୁ ମହାନଦୀକୁ 38,119 କ୍ୟୁସେକ ଜଳ ନିଷ୍କାସନ ହେଉଛି । ଗୋଟିଏ ଗେଟ ଜରିଆରେ ସେକେଣ୍ଡ ପ୍ରତି ପ୍ରାୟ 15ହଜାର କ୍ୟୁସେକ ଜଳ ନିଷ୍କାସନ ହୋଇଥାଏ l ସେପଟେ ଜୁଲାଇ ଶେଷ ସୁଦ୍ଧା ଜଳ ସ୍ତର 605 ଫୁଟ ରଖାଯିବା ପରେ ଆହୁରି 25 ଫୁଟ ଜଳ ଖାଲି ରଖାଯାଇଛି ଏଥିରେ ବନ୍ୟା ପରିଚାଳନା କରାଯାଏ ବୋଲି ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି l

Related Articles

Back to top button