ଆଜି ହେଉଛି ପବିତ୍ର ମହରମ୍‌

ଆଜି ହେଉଛି ପବିତ୍ର ମହରମ୍‌ । ମୁସଲମାନ ସଂପ୍ରଦାୟ ଆଜି ପବିତ୍ର ମହରମ୍ ପାଳନ କରିଛନ୍ତି । ମହରମକୁ ଇସଲାମିକ୍ କ୍ୟାଲେଣ୍ଡରର ପ୍ରଥମ ମାସ ବୋଲି ବିବେଚନା କରାଯାଇଥାଏ । ପ୍ରୋପେଟ୍ ମହମ୍ମଦଙ୍କ ନାତି ହୁସେନଙ୍କ ବଳିଦାନ ଦିବସ ଭାବେ ମହରମକୁ ପାଳନ କରାଯାଇଥାଏ ।

ଏହି ଅବସରରେ ବିଭିନ୍ନ ସ୍ଥାନରେ ନମାଜ୍ ପାଠ ହେବ । ଏଥି ସହ ତାଜିଆ ଯାତ୍ରା ବାହାରିବ । ଏଥିପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି । ଭଦ୍ରକରେ ସମୁଦାୟ ୪୧ଟି କାଫିଲା ବାହାରିବ ଓ ୭ଟି କାଫିଲା ଭଦ୍ରକ କଚେରୀ ବଜାର ଦେଇ ପରିକ୍ରମା କରିବାକୁ ଥିବାବେଳେ ଅନ୍ୟ ୩୫ଟି କାଫିଲା ପୁରୁଣା ବଜାର ଅଞ୍ଚଳ ଦେଇ ପରିକ୍ରମା କରିବା ସହ ମଦିନା ମୈଦାନରେ ପହଞ୍ଚିବ । ସେହିପରି ଧାମନଗର ବ୍ଲକ ଓ ବାସୁଦେବପୁର ବ୍ଲକରେ ମଧ୍ୟ ମହରମ୍‌ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଯାତ୍ରା ପାଇଁ ଜିଲ୍ଲାରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପିଙ୍କ ସହ ୧୫ ଜଣ ଇନ୍ସପେକ୍ଟର ୧୧୦ ଜଣ ସବ ଇନ୍ସପେକ୍ଟର ୧୮୦ କନେଷ୍ଟବଳ ସୁରକ୍ଷା ଦାୟିତ୍ୱରେ ରହିବେ । ଡ୍ରୋନ କ୍ୟାମେରା ସହ, ସିସିଟିଭି ଜରିଆରେ ନଜର ରଖିବ ପୋଲିସ୍ । ସାମାଜିକ ଗଣମାଧ୍ୟମରେ କୌଣସି ପ୍ରକାର ସମସ୍ୟା କିମ୍ବା ଗଣ୍ଡଗୋଳ ସୃଷ୍ଟି ନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଏସପି । ସହରରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଓ ପୋଲିସ ଭେଇକିଲ ମାର୍ଚ୍ଚ କରାଯାଇଥିବାର ସୂଚନା ମିଳିଛି ।

Related Articles

Back to top button