ମଣିପୁର ମାମଲାରେ ସରକାରଙ୍କୁ ପ୍ରଧାନ ବିଚାରପତିଙ୍କ କଡ଼ା ପ୍ରଶ୍ନ

ନୂଆଦିଲ୍ଲୀ: ମଣିପୁରରେ ହିଂସା ତଥା ମହିଳାଙ୍କ ପ୍ରତି ଅତ୍ୟାଚାର ଘଟଣାରେ ସୋମବାର (ଜୁଲାଇ ୩୧) ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ଏହି ସମୟରେ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ସରକାରଙ୍କୁ କଡ଼ା ପ୍ରଶ୍ନ ପଚାରିଥିଲେ । ସେ ପଚାରିଥିଲେ କି ମେ ୪ ତାରିଖରେ ଘଟଣା ଉପରେ ପୋଲିସ ୧୮ ମେ କୁ ମାମଲା ପଞ୍ଜିକରଣ କରିଥିଲା । ଏହି ୧୪ ଦିନ ଯାଏଁ କଣ ପାଇଁ କିଛି ହେଲା ନାହିଁ ? ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା ଯେ, ମହିଳାଙ୍କ ଉଲଘ୍ନ କରି ବୁଲାଯାଇଥିଲା ଏବଂ ସେମାନଙ୍କୁ ଗଣ ଦୁସ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ସମୟରେ ପୋଲିସ କ’ଣ କରୁଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଡି.ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି, “ଧରାଯାଉ ମହିଳାଙ୍କ ବିରୋଧରେ ୧୦୦୦ ଟି ମାମଲା ରହିଛି । ସିବିଆଇ ଏସବୁ ଘଟଣାର ତଦନ୍ତ କରିପାରିବ କି?” ଏହା ଉପରେ ସରକାରଙ୍କ ପକ୍ଷ ରଖୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ କି ତଦନ୍ତ କରୁଥିବା ଟିମ୍‌ରେ ଜଣେ ମିଳିତ ନିର୍ଦେଶକ ର‌୍ୟାଙ୍କ୍‌ର ଜଣେ ମହିଳା ଅଧିକାରୀଙ୍କୁ ରଖାଯିବ । ଏଥିସହ ସରକାରଙ୍କ ତରଫରୁ ହାଜର ହୋଇଥିବା ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟାରାମଣି କହିଛନ୍ତି ଯେ ମଙ୍ଗଳବାର (ଅଗଷ୍ଟ ୧) ରେ ସେ ପ୍ରତ୍ୟେକ ମାମଲାରେ ତଥ୍ୟ ପ୍ରଦାନ କରିବେ ।

ପ୍ରଧାନ ବିଚାରପତି ଆହୁରି କହିଛନ୍ତି, “ଆମେ ଜାଣିବାକୁ ଚାହୁଁଛୁ ୬୦୦୦ ମାମଲାର ବର୍ଗୀକରଣ କ’ଣ, କେତେ ଶୂନ୍ୟ ଏଫ୍‌ଆଇଆର, କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, କେତେ ଗିରଫ କରାଯାଇଛି? ଆସନ୍ତାକାଲି ସକାଳେ ଆମେ ପୁଣି ଶୁଣାଣି କରିବୁ । ଧାରା ୩୭୦ ମାମଲାର ଶୁଣାଣି ହେଉଛି ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ସେଥିପାଇଁ ଆସନ୍ତାକାଲି ନିଜେ ଏହି କଥା ଶୁଣିବାକୁ ପଡିବ ।

ପ୍ରଧାନ ବିଚାରପତିଙ୍କ କଡ଼ା ପ୍ରଶ୍ନ:

ଏହାପରେ ପ୍ରଧାନ ବିଚାରପତି କହିଥିଲେ ପ୍ରଶ୍ନ ଏହା ମଧ୍ୟ ଅଛି ଯେ, ‘ପିଡ଼ିତ ମହିଳାଙ୍କର ବୟାନ୍ କିଏ ରେକର୍ଡ କରିବ ? ଜଣେ ୧୯ ବର୍ଷୀୟ ଯୁବତୀ କ୍ୟାମ୍ପରେ ରହୁଛି, ହିଂସାରେ ତାର ମା କିମ୍ବା ପିତାଙ୍କର ପ୍ରାଣ ଚାଲିଯାଇଥିବାରୁ ସେ ଭୟରେ ରହିଛି, ତାଙ୍କ ପାଖରେ କଣ ନ୍ୟାୟିକ ପ୍ରକ୍ରିୟା ପହଞ୍ଚି ପାରିବ’ ?

ଚନ୍ଦ୍ରଚୂଡ଼ ଏହା ମଧ୍ୟ କହିଥିଲେ ଯେ, ‘ପିଟିସନରେ ଏସ୍‌ଆଇଟି ପାଇଁ କିଛି ନାମ ପରାମର୍ଶ ଦେଇଛନ୍ତି । ଆପଣ ଏହା ଉପରେ ମଧ୍ୟ ଉତ୍ତର ଦିଅନ୍ତୁ । ଆପଣଙ୍କ ପାର୍ଶ୍ୱରୁ ଏକ ନାମ ପରାମର୍ଶ କରନ୍ତୁ । ନା ଆମେ ଆମ ପକ୍ଷରୁ ଏକ କମିଟି ଗଠନ କରିବୁ, ଯେଉଁଥିରେ ପୂର୍ବତନ ମହିଳା ବିଚାରପତି ମଧ୍ୟ ରହିବେ’ ।

 

Related Articles

Back to top button