ବନ୍ଦ ହେଲା ହୀରାକୁଦର ୧୦ଟି ଗେଟ୍

ସମ୍ବଲପୁର : ଉପରମୁଣ୍ଡରେ  ବର୍ଷା କମିବା ପରେ ମହାନଦୀରେ ଜଳସ୍ତର ଖସୁଛି । ଏଥିସହିତ ହୀରାକୁଦକୁ କମିଛି ଜଳ ପ୍ରବେଶ । ବନ୍ଦ ହେଲା ଜଳଭଣ୍ଡାରର ୧୦ଟି ଗେଟ୍ । ପୂର୍ବରୁ ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ହୀରାକୁଦରୁ ବନ୍ୟା ପାଣି ନିଷ୍କାସିତ ହେଉଥିଲା । ଏବେ ମାତ୍ର ୧୦ଟି ଗେଟ୍ ଖୋଲା ରହିଛି । ଡ୍ୟାମ୍ ବାମପଟର ୭ଟି ଓ ଡାହାଣ ପଟର ୩ଟି ଗେଟ୍ ଦେଇ କେବଳ ବନ୍ୟା ପାଣି ନିଷ୍କାସିତ ହେଉଛି ଛତିଶଗଡ଼ରେ ପ୍ରବଳ ବର୍ଷା ପରେ ପର୍ଯ୍ୟାୟକ୍ରମେ ହୀରାକୁଦ ଜଣଭଣ୍ଡାରର ୨୦ଟି ଗେଟ୍ ଖୋଲିଥିଲା ।

ଏବେ ଡ୍ୟାମର ଜଳସ୍ତର ରହିଛି ୬୧୮.୩୩ ଫୁଟ୍ । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୨୦ ହଜାର ୩୧୧ କ୍ୟୁସେକ୍ ବନ୍ୟା ପାଣି ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୩ ଲକ୍ଷ ୪୯ ହଜାର ୧୨୬ କ୍ୟୁସେକ୍ ବନ୍ୟା ପାଣି ।

Related Articles

Back to top button