ଆସିଲା ଶୁଭଲକ୍ଷ୍ମୀ ସାହୁଙ୍କ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ।

ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ । ଆସିଲା ମୃତ ଶୁଭଲକ୍ଷ୍ମୀ ସାହୁଙ୍କ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ। ଭୁବନେଶ୍ୱର ଦୀପାଳି ବାର୍ ଓ ହୋଟେଲରେ ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଶୁଭଲକ୍ଷ୍ମୀଙ୍କ ମୃତଦେହରୁ ନିଶାଦ୍ରବ୍ୟର ନମୁନା ମିଳିଛି । ମୃତ୍ୟୁର ୪ରୁ ୬ ଘଣ୍ଟା ପୂର୍ବରୁ ନିଶା ସେବନ କରିଥିବା ଜଣାପଡ଼ିଛି କିନ୍ତୁ ଏହା ବିଷ କି ନିଶାଜାତୀୟ ଦ୍ରବ୍ୟ ତାହା ସ୍ପଷ୍ଟ ହୋଇନାହିଁ ।

ଯଦି ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ ନିଶା ସେବନ କରିଥିଲେ ତେବେ ସେ କାହିଁକି ନିଶା ଖାଇଥିଲେ ତାହା ସ୍ପଷ୍ଟ ହୋଇନାହିଁ। ସେ ମାନସିକ ଅବସାଦରେ ଆତ୍ମହତ୍ୟା କରିନାହାନ୍ତି ତ ଏନେଇ ତଦନ୍ତ କରୁଛି ପୋଲିସ । ସେପଟେ ଏସ୍ଏଫ୍ଏସ୍ଏଲକୁ ଭିସେରା ଓ ପୋଷ୍ଟମର୍ଟମ ରିପୋର୍ଟ ପଠାଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ଏହା ସହ ବାର କର୍ମଚାରୀ, ପରିବାର ସଦସ୍ୟ ଓ ବୟଫ୍ରେଣ୍ଡକୁ ମିଶାଇ ୧୨ ଜଣଙ୍କୁ ଜେରା କରୁଛି ପୋଲିସ ।

Related Articles

Back to top button