ପଞ୍ଚଭୂତରେ ଲୀନ ହେଲେ ସହିଦ ଯବାନ ନୀଳାଞ୍ଚଳ ପଟେଲ

ବରଗଡ଼: ମଣିପୁରରେ ପ୍ରାଣ ହରାଇଥିବା ସହିଦ ଓଡ଼ିଆ ବୀର ଯବାନ ନୀଳାଞ୍ଚଳ ପଟେଲଙ୍କ ଶେଷକୃତ୍ୟରେ ଆଖି ଲୁହରେ ଭିଜିଥିଲା ବାଘପାଲିର ଶ୍ମଶାନ ।

ବରଗଡ଼ ବାଘପାଲି ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ଅନ୍ତ୍ୟେଷ୍ଟିକ୍ରିୟା ସମାପନ କରାଯାଇଛି । ବଡ଼ ଝିଅ ରାଣୀ ପଟେଲ ମୁଖାଗ୍ନି ଦେଇଛନ୍ତି । ଶେଷ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ ହଜାର ହଜାର ଲୋକ । ନୀଳାଚଳ ଅମର ରହେ ଧ୍ବନିରେ କମ୍ବିଉଠିଥିଲା ପରିବେଶ । ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

ଜିଲ୍ଲାପାଳ, ଏସପିଙ୍କ ସହ ରାଜନେତା ସହିଦଙ୍କୁ ବିଦାୟ ଜଣାଇଥିଲେ । ବାଇକ ରାଲିରେ ପାର୍ଥିବ ଶରୀରକୁ ପୂରାଅଞ୍ଚରେ ପରିକ୍ରମା କରାଯାଇଥିଲା । ଗତ ଶୁକ୍ରବାର ଦିନ ରାତ୍ରୀକାଳୀନ ପାଟ୍ରୋଲିଂ ବେଳେ ଦୁର୍ଘଟଣାରେ ନୀଳାଚଳ ପଟେଲଙ୍କ ବିୟୋଗ ହୋଇଥିଲା । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବାଘପାଲି ଗାଁର ନୀଳାଚଳଙ୍କ ଘର । ଆଜି ମଧ୍ୟାହ୍ନରେ ଜନ୍ମ ମାଟି ବାଘପାଲି ସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଖେଳ ପଡିଆରେ ହୋଇଛି ଶେଷକୃତ୍ୟ ।

Related Articles

Back to top button