ଚନ୍ଦ୍ରରେ ଲ୍ୟାଣ୍ଡ ହେବା ପୂର୍ବରୁ କ୍ରାସ ହେଲା ଲୁନା-୨୫

ଅନ୍ତରୀକ୍ଷକୁ ପଠାଯାଇଥିବା ଋଷର ମିଶନ ମୁନକୁ ବଡ ଝଟକା ଲାଗିଛି । ଅଧିକାରୀଙ୍କ ସୂଚନା ଅନୁସାରେ ଋଷର ଅନ୍ତରୀକ୍ଷ ଯାନ ଅନିୟନ୍ତ୍ରିତ କକ୍ଷରେ ବୁଲିବା ପରେ ଚନ୍ଦ୍ରମା ସହ ଧକ୍କା ହୋଇ କ୍ରାସ ହୋଇଯାଇଛି । ଏହା ପୂର୍ବରୁ ଶନିବାରକୁ ଖବର ଆସିଥିଲା କି ଋଷର ମୁନ ମିଶନ ଲୁନା ୨୫ ଲ୍ୟାଣ୍ଡିଂ ପୂର୍ବରୁ ଟେକ୍ନିକାଲ ଖରାପ ହୋଇଥିଲା । ଅଗଷ୍ଟ ୨୧ରେ ଏହା ସଫ୍ଟ ଲ୍ୟାଣ୍ଡିଂ ହେବାର ଥିଲା ।

ଏହି ସ୍ପେସ୍କ୍ରାପ୍ଟ ଅବତରଣ କରିବା ପୂର୍ବରୁ ଜରୁରୀକାଳିନ ସ୍ଥିତିର ସମ୍ମୁଖୀନ ହୋଇଥିବା ଜଣାପଡିଛି । ଏନେଇ ରୁଷିଆ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ମସ୍କୋ ଟାଇମ ଅନୁସାରେ ରାତି ୨ଟା ୧୦ ମିନିଟରେ ସ୍ପେସକ୍ରାପ୍ଟର କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହୋଇଥିଲା । ଲୁନା-୨୫ ପ୍ରି-ଲ୍ୟାଣ୍ଡିଂ ଅରବିଟକୁ ସ୍ଥାନାନ୍ତର ହେବାକୁ ସଂକେତ ଦେଇଥିଲା । କିନ୍ତୁ ଏହି ସମୟରେ ସ୍ୱୟଂଚାଳିତ ଷ୍ଟେସନରେ ଏମରଜେନ୍ସି ସ୍ଥିତି ଦେଖାଦେଇଥିଲା ।

Related Articles

Back to top button