ଆଜିଠାରୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା

ଆଜିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଝୁଲଣ ଯାତ୍ରା। ଏହି ଯାତ୍ରା ସାତ ଦିନ ଧରି ଚାଲିବ । ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ଏହି ଝୁଲଣଯାତ୍ରା ଅନୁଷ୍ଠିତ ହେବ । ଏଥିସହ ଶ୍ରୀକ୍ଷେତ୍ରର ଅନ୍ୟାନ୍ୟ ମଠ, ମନ୍ଦିରରେ ମଧ୍ୟ ଝୁଲଣ ଯାତ୍ରା ଅନୁଷ୍ଠିତ ହେବ। କେତେକ ମଠରେ ଏହା ପାଞ୍ଚଦିନ ଧରି ଅନୁଷ୍ଠିତ ହେବ ବୋଲି ଜଣାପଡିଛିି । ଏହି ଝୁଲଣ ଯାତ୍ରା ହେଉଛି ଗୋପୀମାନଙ୍କ ଗହଣରେ ରାଧାକୃଷ୍ଣଙ୍କ ବିଳାସମୟ ଦୋଳିଖେଳ। ଭଜନ, କୀର୍ତ୍ତନରେ ଗୁଞ୍ଜରିତ ହେବ ମଠ, ମନ୍ଦିର ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛିି । ମଠ, ମନ୍ଦିର ସଂସ୍କୃତିକୁ ନେଇ ସମୃଦ୍ଧ ଶ୍ରୀକ୍ଷେତ୍ର ଝୁଲଣ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡିଛିି ।

ଶ୍ରୀକ୍ଷେତ୍ରରେ ରହିଛି ଅନେକ ପୁରାତନ ମଠ । ପ୍ରାୟ ଅଧିକାଂଶ ମଠରେ ପୂଜା ପାଉଛନ୍ତି ରାଧାକୃଷ୍ଣ। ସଙ୍ଗୀତ, ବାଦ୍ୟ ଓ ନୃତ୍ୟ ମୁଖର ଝୁଲଣ ଯାତ୍ରାରେ ସୁସଜ୍ଜିତ ରାଧା ଦାମୋଦରଙ୍କୁ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପୁରୀ ଆସିଛନ୍ତିି। ବିଶେଷକରି ଶ୍ରୀକ୍ଷେତ୍ରରେ ଜଗନ୍ନାଥ ବଲ୍ଲଭ ମଠ, ନେବଳ ଦାସ ମଠ, ହରିଦାସ ମଠ, ଉତ୍ତରପାର୍ଶ୍ୱ ମଠ, ଜିୟର ସ୍ୱାମୀ , ରାଧାବଲ୍ଲଭ ମଠ, ବଡ଼ ଓଡ଼ିଆ ପ୍ରଭୃତି ମଠରେ ବେଶ୍‌ ଆଡମ୍ବରରେ ଆଜିଠୁ ଅନୁଷ୍ଠିତ ହେବ ଝୁଲଣ ଯାତ୍ରା । ଏହି ଉପଲକ୍ଷେ ବିଭିନ୍ନ ମଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛିି । ବିଭିନ୍ନ ଦିବସରେ ରାଧାକୃଷ୍ଣ, ଲକ୍ଷ୍ମୀ ନାରାୟଣ, ଲକ୍ଷ୍ମୀନୃସିଂହ ଏବଂ ରାମ ଲକ୍ଷ୍ମଣ ସୀତା କୁଞ୍ଜରେ ଦୋଳି ଖେଳିବେ । ପ୍ରତ୍ୟହ ନିତ୍ୟ ଆଳତୀ ପରେ ପ୍ରଭୁଙ୍କ ପାଇଁ ଝୁଲଣ ଆଳତି କରାଯିବ । ଏଥିସହ ସ୍ୱତନ୍ତ୍ର ଭୋଗ ମଧ୍ୟ ଲାଗି କରାଯିବ । ଏହାବ୍ୟତୀତ ଅନ୍ୟାନ୍ୟ ମଠ ମନ୍ଦିରରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛିି ।

ପରମ୍ପରା ଅନୁସାରେ ଝୁଲଣ ଯାତ୍ରା ଅବସରରେ ପ୍ରତ୍ୟେକ ଦିନ ମଠବାଡ଼ି ଗୁଡ଼ିକରେ ଭଜନ, କିର୍ତ୍ତନ, ଓଡ଼ିଶୀ, ପାଲା, ନୃତ୍ୟ ସଂଗୀତ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ। ଅନ୍ୟପଟେ ଶ୍ରୀମନ୍ଦିରର ମୁକ୍ତିମଣ୍ଡପ ନିକଟରେ ଝୁଲଣ କୁଞ୍ଜ ତିଆରି କରାଯାଇଥିବା ବେଳେ ସେଥିରେ ଲକ୍ଷ୍ମୀ, ସରସ୍ଵତୀ ଓ ମଦନମୋହନ ଚଳନ୍ତି ପ୍ରତିମାଙ୍କୁ ଅଣାଯାଇ ଝୁଲଣ ଉତ୍ସବ ପାଳନ କରାଯାଏ ।

Related Articles

Back to top button