ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ଭୁବନେଶ୍ବର : ଓଡ଼ିଶା ବିଧାନସଭାରେ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ। ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସନ୍ଧ୍ୟା ୭.୩୧ରେ ତାଙ୍କର ପରଲୋକ ହୋଇଛି। ଗତକିଛି ଦିନ ହେବ ଅସୁସ୍ଥତା କାରଣରୁ ଦିଗପହଣ୍ଡିର ବିଜେଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଚିକିତ୍ସିତ ହେଉଥିଲେ। ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।

ସୂର୍ଯ୍ୟ ନାରାୟଣ ପାତ୍ର ଜନତା ଦଳରୁ ରାଜନୀତି ଆରମ୍ଭ କରିଥିଲେ। ସେ ଦୁଇ ଥର ଜନତା ଦଳରୁ ବିଧାୟକ ହୋଇଥିବା ବେଳେ ବିଜୁ ଜନତା ଦଳରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।  ବର୍ତ୍ତମାନ ମଧ୍ୟ ସୂର୍ଯ୍ୟ ନାରାୟଣ ପାତ୍ର ଦିଗପହଣ୍ଡିର ବିଧାୟକ ଥିଲେ।

Related Articles

Back to top button