ଦିଲ୍ଲୀରେ ପହଞ୍ଚିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ

ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଦିଲ୍ଲୀରେ ପହଂଚିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ବିମାନବନ୍ଦରରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ବି.କେ ସିଂ ତାଙ୍କୁ ସ୍ୱାଗତ କରିଥିଲେ । ବାଇଡେନ ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ସେ ଆଗାମୀ ୩ଦିନ ପର୍ଯ୍ୟନ୍ତ ଭାରତରେ ରହିବେ । କିଛି ସମୟ ପରେ ବାଇଡେନ ଓ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିପାକ୍ଷୀକ ଆଲୋଚନା କରିବେ । ଆମେରିକାର ଅଷ୍ଟମ ରାଷ୍ଟ୍ରପତି ଭାବେ ବାଇଡେନ ଭାରତ ଆସିଛନ୍ତି ।

ବାଇଡେନଙ୍କ ଗସ୍ତ ନେଇ ଆମେରିକା ଏନଏସଏ ଜ୍ୟାକ ସୁଲିବନ କହିଛନ୍ତି କି, ଏହି ଦ୍ୱିପାକ୍ଷୀକ ଆଲୋଚନାରେ ସିଭିଲ ନ୍ୟୁକ୍ଲିୟର ଟେକ୍ନୋଲୋଜୀ ସହଯୋଗ ପାଇଁ ଚର୍ଚ୍ଚା ହେବ । ଏହା ବ୍ୟତୀତ ଛୋଟ ମଡ୍ୟୁଲାର ପରମାଣୁ ରିଆକ୍ଟର ଚୁକ୍ତି ଉପରେ ମଧ୍ୟ ଆଲୋଚନା ହୋଇପାରେ । ଏହାସହ ଉଭୟ ଦେଶ ମଧ୍ୟରେ ଜିଇ ଜେଟ ଇଂଜିନ ଚୁକ୍ତି ଉପରେ ଆଲୋଚନା ହୋଇପାରେ ବୋଲି ସେ କହିଛନ୍ତି ।

Related Articles

Back to top button