ପ୍ରଧାନମନ୍ତ୍ରୀଙ୍କ ସିଟ୍ ଫଳକରେ ଇଂରାଜୀରେ ଲେଖା ଅଛି ଭାରତ

ଜି-୨୦ ସମ୍ମିଳନୀର ପ୍ରଥମ ଅଧିବେଶନ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନରୁ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଯେଉଁ ସିଟରେ ବସିଛନ୍ତି ସେଠାରେ ଥିବା ଫଳକରେ ଇଂରାଜୀରେ ଭାରତ ଲେଖାଯାଇଛି । ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସିଟ୍ ଫଳକରେ ଇଂରାଜୀରେ ଇଣ୍ଡିଆ ଲେଖାଯାଉଥିଲା ।

ହେଲେ ପ୍ରଥମ ଥର ପାଇଁ ତାଙ୍କ ଆସନ ଫଳକରେ ଇଂରାଜୀରେ ଇଣ୍ଡିଆ ବଦଳରେ ଭାରତ ଲେଖାଥିବା ଦେଖିବାକୁ ମିଳିଛି । ଭାରତ ନାଁକୁ ନେଇ କିଛି ଦିନ ହେବ ଦେଶରେ ବିତର୍କ ଜାରି ରହିଛି । ଆଜି ରାଷ୍ଟ୍ରପତି ରାତିରେ ନୈଶ୍ୟ ଭୋଜିର ଆୟୋଜନ କରିଛନ୍ତି । ଏଥିପାଇଁ କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ଅତିଥିଙ୍କୁ ପଠାଇଥିବା ନିମନ୍ତଣ ପତ୍ର ପଠାଇଥିଲେ । ଯେଉଁଥିରେ ପ୍ରେସିଡେଂଟ ଅଫ୍ ଇଣ୍ଡିଆ ଜାଗାରେ ପ୍ରେସିଡେଂଟ ଅଫ୍ ଭାରତ ଲେଖାଥିଲା । ଏହାପରେ ପ୍ରଧାନମନ୍ତ୍ରୀ ଏସିଆନ ସମ୍ମିଳନୀରେ ଯୋଗଦେବାକୁ ଯାଇଥିଲେ ।

ଯେଉଁଥିରେ ଇଣ୍ଡିଆ ଜାଗାରେ ପ୍ରାଇମ ମିନିଷ୍ଟର ଅଫ୍ ଭାରତ ଲେଖାଥିଲା । ବିରୋଧୀ କହିଛନ୍ତି, ମେଣ୍ଟର ନାମ ଇଣ୍ଡିଆ ହେବା ପରେ ନିର୍ବାଚନର ପରାଜୟ ଆଶଙ୍କା କରି ପ୍ରଧାନମନ୍ତ୍ରୀ ଭୟଭୀତ ହୋଇଯାଇଛନ୍ତି । ଇଣ୍ଡିଆର ନାମ ପରିବର୍ତନ ହେବା ଏହା ଗ୍ରହଣୀୟ ନୁହେଁ ବୋଲି ବିରୋଧୀ କହିଛନ୍ତି । ଏହାରି ଭିତରେ ଜାତିସଂଘ ମଧ୍ୟ କହିଛି ଯଦି ଇଣ୍ଡିଆର ନାମ ପରିବର୍ତ୍ତନ ହୋଇ ଭାରତ ପାଇଁ ପ୍ରସ୍ତାବ ଆସିବ ତାହେଲେ ବିଚାର କରିବ ।

Related Articles

Back to top button