ବୁଲେଟ୍ ଚାଳକଙ୍କ ପାଇଁ ନୂଆ ରୋଡ ମ୍ୟାପ୍ ପ୍ରସ୍ତୁତ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ ବୁଲେଟ ଚାଳକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅଧିକାଂଶ ଲୋକଙ୍କ ହାତରେ ବୁଲେଟ ଗାଡ଼ି ଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ଟାର୍ଗେଟ କରିଛି ଓଡ଼ିଶାର ଟ୍ରାଫିକ ଡିପାର୍ଟମେଣ୍ଟ । ଏବେ ବୁଲେଟ ଚାଳକଙ୍କ ପାଇଁ ନୂଆ ରୋଡ ମ୍ୟାପ୍ ପ୍ରସ୍ତୁତ ହୋଇଛି । ନିୟମ ଉଲ୍ଲଙ୍ଘନ କଲେ ଚାଲାଣ କଟିବା ସହ ଜେଲ ମଧ୍ୟ ହୋଇପାରେ ।
ଏଣିକି ବୁଲେଟ ଚଳାଇବା ସମୟରେ ବିକଟାଳ ଶବ୍ଦ କରିପାରିବେ ନାହିଁ ଚାଳକ । ଗାଡ଼ିରୁ ବିକଟାଳ ଶବ୍ଦ ବାହାରିଲେ ଟ୍ରାଫିକ ପୋଲିସ ଏହା ବିରୋଧରେ କଡ଼ା ପଦକ୍ଷେପ ନେଇପାରନ୍ତି । ତେବେ ଏ ନେଇ ଟ୍ରାଫିକ ପୋଲିସ ତରଫରୁ ଏକ ସ୍ପେଶାଲ ଡ୍ରାଇଭ କରାଯାଇଛି । ଏହି ଡ୍ରାଇଭରେ ଗୋଟିଏ ଦିନରେ ୬୦ରୁ ଅଦିକ ବୁଲେଟ ଗାଡ଼ିକୁ ଧରିଛି ଟ୍ରାଫିକ ପୋଲିସ ଡିପାର୍ଟମେଣ୍ଟ । ୮୦ ଡେସିବିଲ ବା ଏହାଠାରୁ ଅଧିକ ଶବ୍ଦ କରୁଥିବା ଗାଡ଼ି ଏବେ ରାଜଧାନୀର ରାଜରାସ୍ତାରେ ଗଡ଼ି ପାରିବ ନାହିଁ । ଏଥିପ୍ରତି କମିଶନରେଟ ଟ୍ରାଫିକ ପୋଲିସ ତରଫରୁ ତୀକ୍ଷ୍ଣ ନଜର ରଖାଯିବ । ଗାଡ଼ିର ସାଇଲେକ୍ସରକୁ ପରିବର୍ତ୍ତନ କରି ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ଲଗାଇ ବୁଲୁଛନ୍ତି କିଛି ବେଆଇନ ଗାଡ଼ି ଚାଳକ । ସେମାନଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ ଟ୍ରାଫିକ ତରଫରୁ ଏହି ପଦକ୍ଷେପ ନେଇଛନ୍ତି ।