ପୁରୁଣା ସଂସଦର ଶେଷ ଭାଷଣରେ ଅଟଳ ବିହାରୀଙ୍କୁ ମନେପକାଇଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ସଂସଦର ସ୍ୱତନ୍ତ୍ର ଅଧିବେସନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସେହି ଗୁରୁତ୍ୱପୂର୍ଣ୍ଣ ଭାଷଣକୁ ମନେପକାଇଛନ୍ତି । ଯେଉଁଥିରେ ସେ କହିଥିଲେ ଯେ, ସରକାର ଆସିବେ ଏବଂ ଯିବେ, ଦଳ ଗଠନ ହେବ ଏବଂ ଭାଙ୍ଗିବ, ହେଲେ ଏହି ଦେଶ ରହିବା ନିହାତି ଆବଶ୍ୟକ । ଏହି କଥାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୁଣା ସଂସଦରେ ନିଜର ଶେଷ ଭାଷଣ ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ସଂସଦରେ କେବଳ ଗୋଟିଏ ଭୋଟ ପାଇଁ ଅଟଳ ବିହାରୀଙ୍କର ସରକାର ଚାଲିଯାଇଥିଲା । ଆଜି ଏହି ଛୋଟ-ଛୋଟ ଦଳ ଲୋକମାନଙ୍କୁ ସୁନ୍ଦରତାର ସହ ଗଢିଛନ୍ତି ।
ଅଟଳ ବିହାରୀ ବାଜପେୟୀଙ୍କ ଯେଉଁ ଭାଷଣ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଦେଇଛନ୍ତି ତାହା ୩୧ ମଇ ୧୯୯୬ ମସିହାରେ ସଂସଦରେ ଦିଆଯାଇଥିଲା । ସେହି ସମୟରେ ସଂସଦରେ ଅଟଳ ବିହାରୀ ବାଜପେୟୀ ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରିଥିଲେ ଏବଂ ସେହି କଥାକୁ ନେଇ ଚର୍ଚ୍ଚା ହେଉଥିଲା । ଯେତେବେଳେ ଅଟଳଙ୍କ ପାଳି ଆସିଥିଲା ସେ ସଂସଦରେ ଏକ ଜବରଦସ୍ତ ଭାଷଣ ଦେଇଥିଲେ ।
ଅଟଳ ବିହାରୀ ବାଜପେୟୀ କହିଥିଲେ ଯେ, ଦେଶ ଆଜି ସଂକଟରେ ଘେରି ରହିଛି ଏବଂ ଏହି ସଂକଟକୁ ଆମେ କେହି ପ୍ରକାଶ କରୁନାହୁଁ । ସଂକଟର ନିରାକରଣରେ ଆମେ ସେହି ସମୟର ସରକାରଙ୍କ ସାହାଯ୍ୟ ନେଉଛୁ । ଆସନ ପାଇଁ ତ ଲଢେଇ ଚାଲିବ, ସରକାର ମଧ୍ୟ ଯିବେ-ଆସିବେ, ପାର୍ଟୀମାନେ ମଧ୍ୟ ଗଠିତ ହେବେ ଭାଙ୍ଗିବେ, କିନ୍ତୁ ଏହି ଦେଶର ଲୋକତନ୍ତ୍ର ଅମର ରହିବ ।
ଆଜି ପୁରୁଣା ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଭାଷଣରେ ପ୍ରଥମେ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କ ଠାରୁ ନେଇ ମନମୋହନ ସିଂହଙ୍କୁ ମଧ୍ୟ ମନେପକାଇଛନ୍ତି ଏବଂ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଦେଶର ନିର୍ମାଣରେ ସମସ୍ତ ନେତାମାନେ ନିଜ ନିଜ କର୍ତ୍ତବ୍ୟ ପାଳନ କରିଛନ୍ତି । ଆଜିର ଦିନ ସେମାନଙ୍କୁ ମନେପକାଇବାର ଦିନ । ଆମେ ଏହି ଐତିହାସିକ ଭବନରୁ ବିଦାୟ ନେଉଛୁ ଏବଂ ଏଠାରୁ ଯିବା ଏକ ଭାବପୂର୍ଣ୍ଣ ମୁହୂର୍ତ୍ତ ।