ଆଜି ପବିତ୍ର ଗଣେଶ ଚତୁର୍ଥୀ,ଚାରିଆଡେ ଆଧ୍ୟାତ୍ମିକ ପରିବେଶ

ଆଜି ଜ୍ଞାନର ଦେବତା ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଆରାଧନାର ଦିନ। ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଏକ ପବିତ୍ର ପର୍ବ। ଆଜିର ଦିନରେ ବିଘ୍ନହର୍ତା ଗଜାନନ ଧରାକୁ ଆସିଥିବାରୁ ଚାରିଆଡେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ପ୍ରଭୁଙ୍କ ସ୍ୱାଗତକୁ ନେଇ ଗଗନ ପବନ ଏବଂ ଚାରିଆଡେ ଉତ୍ସବ ମୁଖର ହୋଇଥିବା ଦେଖିବାକୁ ମିଳିଛି। ବିଶେଷ କରି ଓଡ଼ିଶାର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ ଏବଂ ବିଭିନ୍ନ ଅନୁଷ୍ଠାନରେ ମଧ୍ୟ ଖୁବ ଆଡମ୍ବର ସହ ଗଣେଶ ପୂଜା ପାଳନ କରାଯାଉଛି।

ସୂଚନା ମୁତାବକ, ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଏକ ପବିତ୍ର ପର୍ବ। ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ, ଜ୍ଞାନର ଦେବତା ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଆରାଧନାର ଦିନ। ମହାପ୍ରଭୁ ଶ୍ରୀ ଗଣେଶଙ୍କ ସ୍ୱାଗତକୁ ନେଇ ଚାରିଆଡେ ଉତ୍ସବ ମୁଖର ହୋଇଥିବା ଦେଖିବାକୁ ମିଳିଛି। ସେହିପରି ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ଗଣେଶ ପୂଜାର ବିଶେଷ ମହତ୍ୱ ରହିଛି। ଛୋଟ ଛୋଟ ପିଲା ମାନେ ନୂଆ ପୋଷାକ ପିନ୍ଧି ହାତରେ ପୂଜା ସାମଗ୍ରୀ ଧରି ବିଦ୍ୟାଳୟକୁ ଯାଉଛନ୍ତି। ଯାହାକୁ ନେଇ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଗଣେଶ ଚୁତୁର୍ଥୀ ବେଶ ଆଡ଼ମ୍ବର ସହ ପାଳନ କରାଯାଉଛି। ଘରଠୁ ଆରମ୍ଭ କରି ବିଭିନ୍ନ କ୍ଲବ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ଗଣେଶ ପୂଜାକୁ ନେଇ ବିଶେଷ ପ୍ରସ୍ତୁତି ଦେଖିବାକୁ ମିଳିଛି।

Related Articles

Back to top button