କାନାଡାବାସୀଙ୍କ ପାଇଁ ଭିସା ବ୍ୟବସ୍ଥା ବାତିଲ

ବଢିଚାଲିଛି ଭାରତ-କାନାଡା ବିବାଦ । ଏହାରି ଭିତରେ କାନାଡ ଉପରେ ବଡ଼ ଆକ୍ସନ ନେଇଛି ଭାରତ । ଭିସା ବ୍ୟବସ୍ଥାକୁ ସସପେଣ୍ଡ କରିବା ସହ ନାଗରିକଙ୍କ ଏଂଟ୍ରି ଉପରେ ରୋକ ଲଗାଇଛନ୍ତି ଭାରତ ସରକାର । ପ୍ରଥମେ ଉଭୟ ଦେଶ କୂଟନୀତିଜ୍ଞଙ୍କୁ ନିଲମ୍ବନ କରିବା ପରେ ଏବେ ଭାରତ କାନାଡା ନାଗରିକଙ୍କ ପାଇଁ ଭିସାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି । ଅର୍ଥାତ୍ କାନାଡାରୁ ଭାରତକୁ ଆସିଥିବା କାନାଡା ନାଗରିକଙ୍କୁ ଏବେ ଭାରତର ଭିସା ଅନିର୍ଦ୍ଦିଷ୍ଟ କାଳ ପାଇଁ ମିଳିପାରିବ ନାହିଁ । ଏନେଇ ବିଏଲଏସ ଇଂଟର ନ୍ୟାସନାଲ ୱେବସାଇଟ୍ ଜରିଆରେ ନୋଟିସ ଜାରି କରି ସୂଚନା ଦିଆଯାଇଛି । ବିଏଲଏସ ହେଉଛି ଏକ ଘରୋଇ ସଂସ୍ଥା । ଭିସା ପାଇଁ କାନାଡା ନାଗରିକମାନେ କରୁଥିବା ଆବେଦନର ପ୍ରାଥମିକ ଯାଂଚ ଏହି ସଂସ୍ଥା କରିଥାଏ । ଏହି ସଂସ୍ଥା ପକ୍ଷରୁ ଆଜି ଭିସା ସେବା ବାତିଲ କରାଯାଇଥିବା କୁହାଯାଇଛି ।

Related Articles

Back to top button