ଅକ୍ଟୋବରରେ ପୁଣି ଏକ ଲଘୁଚାପ, ଭିଜିବ ସାରା ଓଡିଶା

ଲଘୁଚାପକୁ ନେଇ ପାଣିପାଗ ବିଭାଗର ଏକ ବଡ଼ ଅପଡେଟ । ଆସନ୍ତା ସେପ୍ଟେମ୍ବର ୨୯ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାନେଇ ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାର ପରବର୍ତ୍ତୀ ୪୮ଘଣ୍ଟା ପରେ ଘୁର୍ଣ୍ଣିବଳୟ ଲଘୁଚାପର ରୂପ ନେବ । ତେବେ ଲଘୁଚାପକୁ ନେଇ ପାଣିପାଗ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି । ଅର୍ଥାତ ଅକ୍ଟୋବର ପହିଲାରେ ଲଘୁଚାପ ହେବା ନେଇ ଆଶଙ୍କା କରାଯାଉଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ହୋଇପାରେ ବୋଲି କୁହାଯାଇଛି ।

Related Articles

Back to top button