ପ୍ରକାଶ ପାଇଲା କୋର୍ଟଙ୍କ ରାୟ , ଅନୁଭବ ମହାନ୍ତିଙ୍କୁ ଝଟ୍‌କା

ଷ୍ଟାର ଦମ୍ପତି ବର୍ଷା- ଅନୁଭବଙ୍କ ମାମଲାରେ କୋର୍ଟଙ୍କ ରାୟ ପ୍ରକାଶ ପାଇଛି । ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ଲାଗିଛି ଅଦାଲତି ଝଟ୍‌କା । ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଛନ୍ତି କଟକର ପରିବାର ଅଦାଲତ ବା ଫ୍ୟାମିଲି କୋର୍ଟ । ଏହା ସହିତ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନକୁ ମଧ୍ୟ ଖାରଜ କରିଛନ୍ତି କୋର୍ଟ। ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷା କରିଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି । ତେଣୁ କେହି କାହା ପାଖରେ ରହିପାରିବେ ନାହିଁ ।

ତେବେ ଅନୁଭବଙ୍କ ଆବେଦନ ଖାରଜ ହୋଇଯାଇଥିବା ବେଳେ ତାଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି, ସବୁଠୁ ବଡ଼ କଥା ହେଉଛି ଆଜି ଏହି ମାମଲାର ଅନ୍ତ ହୋଇଛି । ମାମଲାଟି ଶେଷ ହେବାରେ ବହୁ ବିଳମ୍ବ ହେଉଥିଲା। ଏହାର ଆବେଦନକାରୀ ଥିଲେ ଅନୁଭବ ମହାନ୍ତି। ୨୦୨୦ ମସିହାରୁ ସେ ଏହି ମାମଲା ପଛରେ ଲାଗିଥିଲେ। ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାଟି ଶେଷ ହୋଇଛି। ଆମେ ଯେଉଁ ବିବାହ ବିଚ୍ଛେଦ ଆବେଦନ କରିଥିଲୁ, ତାହା ଖାରଜ ହୋଇଯାଇଛି । ତେଣୁ ପୂରା ଜଜ୍‌ମେଣ୍ଟଟି ଆସିଲା ପରେ ଆମେ ତାକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରିବୁ। ଉପର କୋର୍ଟରେ ଆବେଦନ କରିବା ନେଇ ଆମ ପାଖରେ ସୁଯୋଗ ରହିଛି । ଆମେ ନିଶ୍ଚିତ ଭାବେ ଉପରକୋର୍ଟକୁ ଯିବୁ ।

ଅନ୍ୟପଟେ କୋର୍ଟଙ୍କ ରାୟ ଆସିବା ପରେ ବର୍ଷା ତାଙ୍କ ସୋସିଆଲ ମିଡିଆରେ ରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଲେଖା ଯାଇଛି ‘ଜୟ ଜଗନ୍ନାଥ’ ସତ୍ୟର ସବୁ ବେଳେ ଜୟ ହୁଏ ଏପଟେ ଅନୁଭବ ମଧ୍ୟ ଏହି ଘଟଣାରେ ପ୍ରତିକ୍ରୟା ରଖିଛନ୍ତି । ଅନୁଭବ କହିଛନ୍ତି- ଆଇନ ଉପରେ ତାଙ୍କର ଆସ୍ଥା ରହିଛି । ନ୍ୟାୟର ବିଜୟ ହେବ ।

Related Articles

Back to top button