ଶିଶୁପୁତ୍ରକୁ ପାଇଖାନାରେ ଫିଙ୍ଗି ମା ଫେରାର

ମା ପାଲଟିଲା ପିଶାଚି । ନବଜାତ ଶିଶୁ ପୁତ୍ର ସହ କଲା ଅମାନବୀୟ କାଣ୍ଡ।ଘଟଣା ବାଲେଶ୍ବର ମେଡିକାଲର । ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ମହିଳା ତାଙ୍କ ନବଜାତ ଶିଶୁପୁତ୍ରକୁ ମେଡିକାଲ ପାଇଖାନାରେ ପକାଇ ଫେରାର ହୋଇଯାଇଛନ୍ତି । ଶିଶୁପୁତ୍ରକୁ ଉଦ୍ଧାର କରି SNCUରେ ଭର୍ତ୍ତି କରାଯାଇଛି ।

ଗତକାଲି ମଧ୍ୟରାତ୍ରିରେ ନବଜାତ ଶିଶୁପୁତ୍ରର କାନ୍ଦ ଶୁଣି ସେଠାରେ ଉପସ୍ଥିତ କିଛି ରୋଗୀଙ୍କ ସମ୍ପର୍କୀୟ ପାଇଖାନା ପାଖରେ ପହଞ୍ଚି ଥିଲେ । ପିଲାଟି ପାଇଖାନାରେ ପଡିଥିବା ଦେଖି ଉଦ୍ଧାର କରିବା ସହ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ଏହାପରେ ଶିଶୁପୁତ୍ରକୁ SNCUରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

Related Articles

Back to top button