ଆଜି କଂସ ବଦ୍ଧ :ବଡଦାଣ୍ଡ ପାଲଟିବ ମଥୁରା ନଗରୀ

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଜନ୍ମାଷ୍ଟମୀରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଆଜି ହେଉଛି ଅନ୍ତିମ ବା ଶେଷ ଦିନ । ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ନବମୀ ତିଥିରେ କୃଷ୍ଣଲୀଳାର ଶେଷ ଦିବସରେ କଂସ ମହାରାଜଙ୍କୁ ଶ୍ରୀକୃଷ୍ଣ ବଦ୍ଧ କରିବେ । ଆଜି ବଡଦାଣ୍ଡରେ ମହାପ୍ରଭୁଙ୍କ ଏହି ନୀତି ମହାଆଡମ୍ବର ସହ ଅନୁଷ୍ଠିତ ହେବ । ପୁରୀ ବଡଦାଣ୍ଡ ପାଲଟିବ ମଥୁରା ନଗରୀ ।

ଆଜି ଅପରାହ୍ନରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀରାମକୃଷ୍ଣ ପାଲିଙ୍କିରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରିବେ ଏହାପରେ ଲବଣିଖୁଆ ମଣ୍ଡପରେ ମହାଭୋଇ ପରିବାରର ବୋହୁମାନଙ୍କ ହାତରୁ ଲବଣି ଖାଇବା ପରେ ମଥୁରା ନଗରୀ ଅର୍ଥାତ ବଡଦାଣ୍ଡରେ ପହଞ୍ଚିବା ପରେ ସେଠାରେ ଶ୍ରୀକୃଷ୍ଣଙ୍କ ଲୀଳାର ଅନ୍ତିମ ପର୍ବ ଅନୁଷ୍ଠିତ ହେବ । ଶେଷରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପ୍ରଭୁ ଶ୍ରୀକୃଷ୍ଣ ରାକ୍ଷସ ରାଜା କଂସଙ୍କ ମଧ୍ୟରେ ଯୁଦ୍ଧ ହେବ । ତେବେ ଯୁଦ୍ଧ ଶେଷରେ ଶ୍ରୀକୃଷ୍ଣ ମହାରାଜ ଅସୁର ମାମୁଁ କଂସଙ୍କୁ ନିଧନ କରିବା ପରେ ମହାପ୍ରଭୁଙ୍କ ପାଲିଙ୍କିରେ ବସି ପୁଣି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବ ।

ପରମ୍ପରା ଅନୁଯାୟୀ କାହିଁ କେଉଁ କାଳରୁ ଏହି ନୀତି ଚାଲିଆସୁଛି । ପୁରାଣରେ ବର୍ଣ୍ଣିତ ଅଛି ଦ୍ୱାପର ଯୁଗରେ ଭଗବାନ ବିଷ୍ଣୁ କୃଷ୍ଣଙ୍କ ଅବତାର ଧାରଣ କରି ଧରାପୃଷ୍ଠରୁ ପାପକୁ ବିନାଶ କରିବା ପାଇଁ ଅସୁର କଂସକୁ ବଧ କରିଥିଲେ । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଶ୍ରୀକୃଷ୍ଣଙ୍କ ଅନ୍ୟ ଏକ ଅବତାର ତେଣୁ ରୀତିନୀତି ଅନୁସାରେ ଜନ୍ମାଷ୍ଟମୀ ପରଠାରୁ ପ୍ରତ୍ୟେକ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ।

Related Articles

Back to top button