କୋଭିଡ୍-୧୯ ଠାରୁ ୭ ଗୁଣା ଅଧିକ ମାରାତ୍ମକ ଓ ସଂକ୍ରାମକ ହୋଇପାରେ ‘ଡିଜିଜ୍ ଏକ୍ସ’

ବିଶ୍ୱକୁ ପୁଣି କବଳିତ କରିବାକୁ ଯାଉଛି ଆଉ ଏକ ମହାମାରୀ । ଏହା କୋରନା ଠାରୁ ମଧ୍ୟ ଅଧିକ ଘାତକ ହେବ ବୋଲି କୁହାଯାଉଛି । କୋଭିଡ୍-୧୯ଠାରୁ ୭ ଗୁଣା ଅଧିକ ମାରାତ୍ମକ ଓ ସଂକ୍ରାମକ ହୋଇପାରେ ‘ଡିଜିଜ୍ ଏକ୍ସ’ । ଏହା ୫ କୋଟିରୁ ଅଧିକ ଜୀବନ ନେଇପାରେ । ବ୍ରିଟେନ୍ର ଭାକ୍ସିନ୍ ଟାକ୍ସଫୋର୍ସ ମୁଖ୍ୟ କେଟ୍ ବିଂଘମ୍ ଏପରି ଦାବି କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏପରି ମହାମାରୀର ଆଗୁଆ ନାଁ ଦେଇ ସାରିଲାଣି ।

ଅନ୍ୟପଟେ ଏନେଇ ଚେତାବନୀ ଦେଲେ ଚୀନର ବ୍ୟାଟଓମ୍ୟାନ୍ ଭାବେ ଜଣାଶୁଣା ବିଶେଷଜ୍ଞ ସି ଝେଙ୍ଗଲି ।ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ପଶୁମାନଙ୍କ ଠାରୁ, ବିଶେଷ କରି ବାଦୁଡ଼ିଙ୍କଠାରୁ ଉତ୍ପନ୍ନ ହେଉଥିବା ଭୂତାଣୁ ଉପରେ ନିଜ ଗବେଷଣା କାର୍ୟ୍ୟର ପାଇଁ ସି ଝେଙ୍ଗଲି ତାଙ୍କର ଏକ ରିପୋର୍ଟରେ ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି ଯେ ଆଗାମୀ ଦିନରେ ଆଉ ଏକ କୋରୋନା ଭୂତାଣୁ ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଛି।

ଏବେ ଥିବା ଭୂତାଣୁର ମ୍ୟୁଟେସନ୍ ଯୋଗୁ ନୂଆ ମହାମାରୀ ବ୍ୟାପିବା ଆଶଙ୍କା ରହିଛି । ଡିଜିଜ୍ ଏକ୍ସ ଆସିବା ପୂର୍ବରୁ ଏହାର ମୁକାବିଲା ପାଇଁ ବ୍ରିଟେନ୍ ବୈଜ୍ଞାନିକମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ୨୫ ପ୍ରକାର ଭୂତାଣୁ ଉପରେ ଅଧ୍ୟୟନ କରାଯାଉଛି । ବିଶେଷ କରି ପଶୁଙ୍କଠାରେ ଥିବା ଭୂତାଣୁ ଉପରେ ଅଧିକ ଫୋକସ୍ କରାଯାଉଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ମହାମାରୀ ବ୍ୟାପିବା ଆଶଙ୍କା ରହିଛି ।

Related Articles

Back to top button