ଆଜି ସାରା ଦେଶରେ ପାଳିତ ହେଉଛି ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ

ଆଜି ହେଉଛି ପବିତ୍ର ଗାନ୍ଧୀ ଜୟନ୍ତୀ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜୟନ୍ତୀ । ଏହା ଭାରତୀୟମାନଙ୍କ ପାଇଁ ଏକ ସ୍ମରଣୀୟ ଦିନ। ଏହି ଦିନ ଭାରତବର୍ଷରେ ଜନ୍ମଗ୍ରହଣ କରିଥିଲେ ଦୁଇ ମହାନ୍ ନେତା । ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ । ଆଜି ମହାତ୍ମାଗାନ୍ଧୀଙ୍କ ୧୫୪ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି , ଗାନ୍ଧୀ ଜୟନ୍ତୀର ବିଶେଷ ଅବସରରେ ମୁଁ ମହାତ୍ମା ଗାନ୍ଧୀଙ୍କ ପ୍ରତି ପ୍ରଣିପାତ କରୁଛି। ତାଙ୍କର ଅମରବାଣୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପଥ ଆଲୋକିତ କରି ଚାଲୁଥିବ। ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ବୈଶ୍ବିକ ହୋଇଥିବାରୁ ତାହା ଏକତା ଓ ସହାନୁଭୂତି ପ୍ରାଣଚ୍ଛ୍ବାସକୁ ଆଗେଇ ନେବା ପାଇଁ ସମଗ୍ର ମାନବଜାତିକୁ ପ୍ରେରିତ କରୁଥିବ। ଆମେ ସଦାସର୍ବଦା ତାଙ୍କ ପରିକଳ୍ପନା ପରିପୂରଣ ପାଇଁ କାର‌୍ୟ୍ୟ କରିବା। ସାମଗ୍ରିକ ଏକତା ଓ ସହାବସ୍ଥାନ ନିମନ୍ତେ ତାଙ୍କ ପରିକଳ୍ପିତ ପରିବର୍ତ୍ତନର ଭାବଧାରାର ବାହାକ ହେବା ଲାଗି ପ୍ରତ୍ୟେକ ଯୁବା ସମର୍ଥ ହୁଅନ୍ତୁ। ଆଜି ସକାଳ ୭.୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟରେ ପହଞ୍ଚି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ତା’ପରେ ପ୍ରଧାନମନ୍ତ୍ରୀ ମୋଦୀ ବିଜୟଘାଟକୁ ଯାଇ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ପ୍ରତି ମଧ୍ୟ ତାଙ୍କ ଜନ୍ମଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ଦିଲ୍ଲୀ ଉପରାଜ୍ୟପାଳ ଭି. କେ. ସାକ୍ସେନା ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ରାଜଘାଟରେ ଉପସ୍ଥିତ ହୋଇ ବାପୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେପ୍ଣଙ୍କ ଏହି ଦୁଇ ମହାନାୟକଙ୍କ ପୁଣ୍ୟ ଜନ୍ମତିଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅକ୍ଟୋବର ୨ ତାରିଖ ଦିନଟିକୁ ସାରା ବିଶ୍ୱରେ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଭାବରେ ପାଳନ କରାଯାଏ । ଏହିଦିନ ଭାରତର ସ୍ଵାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଭଳି ଜାତୀୟ ଦିବସ ଭାବରେ ପାଳନ କରାଯାଏ ।

Related Articles

Back to top button