ବିହାରର ବକ୍ସର ରଘୁନାଥପୁର  ଷ୍ଟେସନ ନିକଟରେ ନର୍ଥ ଇଷ୍ଟ ଟ୍ରେନ ଭୟଙ୍କର ଦୁର୍ଘଟଣାଗ୍ରସ୍ତ

ବିହାରର ବକ୍ସର ରଘୁନାଥପୁର  ଷ୍ଟେସନ ନିକଟରେ ନର୍ଥ ଇଷ୍ଟ ଟ୍ରେନ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଟ୍ରେନର ସମସ୍ତ ବଗି ଲାଇନଚ୍ୟୁତ ହୋଇଯାଇଛି ।ବଗି ଗୁଡିକ ସମ୍ପୂର୍ଣ୍ଣ ଭାବେ ଓଲଟି ରାସ୍ତା ଉପରେ ପଡିଛି । ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଶତାଧିକ ଆହତ ହୋଇଛନ୍ତି । ୨୩ଟି କୋଚ ଥିବା ୧୨୫୦୬ ନର୍ଥ ଇଷ୍ଟ ଏକ୍ସପ୍ରେସ ଗୁଆହାଟୀରୁ ପାଖାପାଖି ୬ କିମି ଦୂର କାମକ୍ଷା ଅଭିମୁଖେ ଯାଉଥିଲା  । ବୁଧବାର ସକାଳ ୭ଟା ୪୦ରେ ଏହା ଆନନ୍ଦ ବିହାର ଟର୍ମନାଲରୁ ବାହାରିଥିଲା । ବିହାରର ବକ୍ସରସ୍ଥିତ ରଘୁନାଥ ପୁର ଷ୍ଟେସନ ନିକଟରେ ବୁଧବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଦୁର୍ଘଟଣାରେ ଆହତ ଲୋକଙ୍କୁ ବକ୍ସର, ଭୋଜପୁର ଏବଂ ପାଟନା ଏମ୍ସରେ ଭର୍ତ୍ତି କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ବହୁତଭୟଙ୍କର ଥିଲା ।  ସବୁ ଲୋକ ନିଜ ବର୍ଥରୁ ଗଡିବାକୁ ଲାଗିଲେ । ୧୦ରୁ ୧୫ମିନିଟ ଧରି ଏପରି ଝଟକା ଲାଗି ରହିଥିଲା । କେହି କିଛି ବୁଝିବା ପୂର୍ବରୁ ଟ୍ରେନର ୨୩ବଗି ଲାଇନଚ୍ୟୁତ ହୋଇ ସାରିଥିଲା । ୨ଟି ବଗି ସମ୍ପୂର୍ଣ୍ଣ ଓଲଟି ଯାଇଥିଲା । କେଉଁଠି ଯାତ୍ରୀ ବର୍ଥ ତଳେ ଚାପି ହୋଇ ରହିଥିଲେ ତ କେଉଁଠି ଝରକାତଳେ ଥିଲେ ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏହାର ଶବ୍ଦ ଏକ କିମି ଦୂର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା । ଶବ୍ଦ ଶୁଣି ଆଖପାଖ ଅଞ୍ଚଳର ଲୋକେ ଧାଇଁ ଆସିଥିଲେ ଏବଂ ଲୋକଙ୍କୁ ଉଦ୍ଧାର କରିବା କାମରେ ଲାଗି ପଡିଥିଲେ । ଟ୍ରେନର ଜଣେ ଗାର୍ଡଙ୍କ କହିବା ଅନୁଯାୟୀ ରାତି ପ୍ରାୟ ୯ଟାରେ ଏହି ଦୁର୍ଘଟଣା ଘଟିଥିଲା ।

Related Articles

Back to top button