ଶ୍ରୀମନ୍ଦିର ଦର୍ଶନକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି

ସୋମବାର ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ପାଇଁ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ନୀତିକାନ୍ତି ବିଷୟରେ ଆଲୋଚନା କରିବା ସହିତ ବିଭନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଶ୍ରୀମନ୍ଦିରରେ ପୋଷାକ ପରିଧାନ ଉପରେ ମଧ୍ୟ କଟକଣା ଲାଗିଛି ସେହି ବିଷୟରେ ମଧ୍ୟ ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଛି । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ଆଗକୁ କାର୍ତ୍ତିକ ମାସ ଆସୁଥିବାରୁ ଶ୍ରୀମନ୍ଦିରରେ ହବିଷ୍ୟାଳିିଙ୍କ ସହିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କର ଭିଡ଼ ଲାଗିବ । ସେଥିପାଇଁ ଭକ୍ତମାନେ କିପରି ମହାପ୍ରଭୁଙ୍କୁ ସୁରକ୍ଷିତ ଭାବରେ ଦର୍ଶନ କରିବେ ଓ କିପରି ଭିଡ଼କୁ ନିୟନ୍ତ୍ରଣ କରାଯିବ ଏଥିପାଇଁ ଶ୍ରୀମନ୍ଦିରର ପ୍ରଶାସନ ଏହି ବୈଠକ ଅନୁଷ୍ଠିତ କରିଥିଲେ । କାର୍ତ୍ତିକ ମାସର ଶେଷ ୫ ଦିନ ପଞ୍ଚୁକ ପଡିଥାଏ ଆଉ ଏହି ୫ ଦିନ ଶ୍ରୀମନ୍ଦିରରେ ଭକ୍ତଙ୍କର ପ୍ରବଳରୁ ଅତି ପ୍ରବଳ ଭିଡ଼ ହୋଇଥାଏ । କିପରି ଭିଡକୁ ନିୟନ୍ତ୍ରଣ କରାଯିବ ତାହା ମଧ୍ୟ ଆଲୋଚନା ହୋଇଛି । ଆଉ ଏହି ବୈଠକରେ ମଧ୍ୟ ଶ୍ରୀମନ୍ଦିରର ନୀତିକାନ୍ତିର ସମୟ ନିର୍ଘଣ୍ଟ କରାଯାଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରୋଷଘରର ଦର୍ଶନ ପାଇଁ ମଧ୍ୟ କଟକଣା ଜାରିହୋଇଛି । ଭକ୍ତ ଗୋଟେ ଜାଗାରେ ବହୁ ସମୟ ଛିଡା ହୋଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେନାହିଁ ।

Related Articles

Back to top button