ଛତିଶଗଡରେ ୨ ମାଓବାଦୀ ନିହତ

ଛତିଶଗଡ କାଂକେର ଜିଲ୍ଲାରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମାଓବାଦୀଙ୍କ ଶିବିର ଚାଲିଥିବା ନେଇ ସୂଚନା ମିଳିଥିଲା । ଏହାପରେ ଖବର ପାଇ କୋଏଲାବାଡି ଥାନା ଅନ୍ତର୍ଗତ ଗୋମେ ଜଂଗଲରେ ଡିଆରଜି, ବସ୍ତର ଟାଇଗର୍ସ ଓ ବିଏସଏଫ ଯବାନ ଅପରେସନ କରିଥିଲେ । ଗୁଳିବିନିମୟ ବେଳେ ଘଟଣାସ୍ଥଳରୁ ଦୁଇ ପୁରୁଷ ମାଓବାଦୀଙ୍କ ମର ଶରୀର ଉଦ୍ଧାର ହୋଇଥିବା ବେଳେ ଗୋଟିଏ ଇନସାସ ରାଇଫଲ ଓ ଦେଶୀ ବନ୍ଧୁକ ଜବତ ହୋଇଛି ।

Related Articles

Back to top button