ଅବଢ଼ା ଦରରେ ବୃଦ୍ଧି: ଅସନ୍ତୋଷ ଶ୍ରଦ୍ଧାଳୁ

କାର୍ତ୍ତିକ ମାସ ଆରମ୍ଭରୁ ହିଁ ପରିବାର ଦର ବୁଦ୍ଧିକୁ ନେଇ ସମସ୍ତ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଥିଲା । ଏଥି ମଧ୍ୟରେ ପୁରୀରେ ମହାପ୍ରଭୁଙ୍କ ଠାରେ ଲାଗି ହେଉଥିବା ଅବଢ଼ାର ଦର ମଧ୍ୟ ବଢିବାରେ ଲାଗିଛି । ଏହି ଦର ବୃଦ୍ଧିକୁ ନେଇ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ସେହିପରି ଆନନ୍ଦ ବଜାରରେ ଅଣସେବାୟତଙ୍କ ପ୍ରବେଶ କଟକଣା ଲଗାଯାଇପାରୁନି ।

ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କୁ ଦର୍ଶନ କରି କୈବଲ୍ୟ କଣିକା ପାଇବା ପାଇଁ ଭକ୍ତମାନେ ଦୂର ଦୂରାନ୍ତରୁ ମହାପ୍ରଭୁଙ୍କ ନିକଟକୁ ଆସୁଛନ୍ତି । ହେଲେ ଶେଷରେ ମହାପ୍ରସାଦର ଦରକୁ ନେଇ ନିଶାର ହୋଇ ଯାଉଛନ୍ତି । ଏହି ଦ୍ୱାରା ବୁଦ୍ଧିର ଫାଇଦା କିଛି ଦଲାଲମାନଙ୍କୁ ଉଠେଇବାର ଦେଖା ଯାଇଛି । ସେମାନେ ଭକ୍ତଙ୍କୁ ଚଢ଼ା ଦରରେ ମହାପ୍ରସାଦ ବିକୁଛନ୍ତି । ମହାପ୍ରସାଦର ଦାରାକୁ ନେଇ 2019ରେ ସୁପ୍ରିମ କୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟକାରୀ କରୁନାହିଁ ।

ଫଳରେ ମହାପ୍ରଭୁଙ୍କୁ ଦର୍ଶନ କରି ଆସୁଥିବା ଭକ୍ତମାନେ ଶୋଷଣର ଶିକାର ହେଉଛନ୍ତି । ଏହାସହ ମହାପ୍ରସାଦ ତିଆରି କରିବାରେ କାଠ ସମସ୍ୟା ମଧ୍ୟ ଦେଖା ଦେଇଛି । ପୂର୍ବାପେକ୍ଷା ଅଧିକ ମୂଲ୍ୟରେ କାଠ ଅଣାଯାଉଛି । ଆଗାମୀ ଦିନରେ ଆନନ୍ଦ ବଜାରର ଶୃଙ୍ଖଳା ଦିଗରେ ପଦକ୍ଷେପ ନ ନିଆ ଗଲେ ମହାପ୍ରସାଦ ରାନ୍ଧିବା ବନ୍ଦ କରିବାକୁ ପଡିବ ବୋଲି ମହାସୁଆର କହିଛନ୍ତି ।

Related Articles

Back to top button