ରାଜ୍ୟ ପ୍ରଯୋଜକ ସଂଘ ଅଭିନେତା ମନୋଜ ମିଶ୍ରଙ୍କ ଉପରେ ଲଗାଇଥିବା ୨ ବର୍ଷୀୟ ବ୍ୟାନ୍ ହଟାଇବାକୁ ରାଜି ହୋଇଛି।

ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟ ପ୍ରଯୋଜକ ସଂଘ ଅଭିନେତା ମନୋଜ ମିଶ୍ରଙ୍କ ଉପରେ ଲଗାଇଥିବା ୨ ବର୍ଷୀୟ ବ୍ୟାନ୍ ହଟାଇବାକୁ ରାଜି ହୋଇଛି। ଏହି ବୈଠକରେ ପ୍ରଯୋଜକ ସଂଘ ସଭାପତି ଟୁଟୁ ନାୟକ, ଅଭିନେତା ତଥା ପ୍ରଯୋଜକ ଅରିନ୍ଦମ ରାୟ ଏବଂ ରାଜ୍ୟ ସିନେ କଳାକାର ସଂଘ ସମ୍ପାଦକ ଶ୍ରୀତମ ଦାସ ପ୍ରମୁଖ ଯୋଗ ଦେଇ ମନୋଜଙ୍କ ଉପରୁ ବ୍ୟାନ୍ ହଟାଇବାକୁ ସହମତ ହୋଇଛନ୍ତି। ମାତ୍ର ଏହି ବୈଠକକୁ ଡକା ଯାଇଥିଲେ ମଧ୍ୟ ମନୋଜ ମିଶ୍ର ଆସି ନଥିବା ଜଣାପଡ଼ିଛି।

ବେଶ୍ କିଛି ଘଣ୍ଟାର ବୈଠକ ପରେ ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି ପ୍ରଯୋଜକ ଟୁଟୁ ନାୟକ ମନୋଜ ମିଶ୍ରଙ୍କ ଉପରୁ ଵ୍ୟାନ୍ ହଟାଇ ଦେବା ଲାଗି ରାଜି ହୋଇଛନ୍ତି।

Related Articles

Back to top button