କ୍ୟାସ୍ ଫର୍ କ୍ୱେରୀ ଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର

ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଆଜି ‘ପ୍ରଶ୍ନ ପାଇଁ ଲାଞ୍ଚ’ ଅଭିଯୋଗରେ ସଦାଚାର କମିଟି ନିକଟରେ ହାଜର ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ୩ଟି ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଓ ପ୍ରମାଣ ଆଧାରରେ ତାଙ୍କୁ ସଦାଚାର କମିଟି ସଦସ୍ୟ ମାନେ ପ୍ରସଙ୍ଗ ଭିତ୍ତିକ ପ୍ରଶ୍ନ ପଚାରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ସାଂସଦ ମହୁଆ ତାଙ୍କ ବିରୁଦ୍ଧରେ ଆସିଥିବା ପ୍ରଶ୍ନ ପାଇଁ ଲାଞ୍ଚ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି

ସୂଚନାନୁସାରେ, ସଦାଚାର କମିଟି ଦ୍ୱାରା ମହୁଆ ମିତ୍ର ଆଜି ଦେଇଥିବା ବିବୃତ୍ତିର ଅଭିଯୋଗକାରୀଙ୍କ ତଥ୍ୟ ସହ ପରୀକ୍ଷଣ କରାଯିବ। ବିଜେପି ସାଂସଦ ବିନୋଦ ସୋନକରଙ୍କ ଅଧ୍ୟକ୍ଷତାରେ ଗଠିତ ସଦାଚାର କମିଟିରେ ସାଂସଦ ଭି ବୈଥୀଲିଙ୍ଗମ୍, ଦାନିଶ ଅଲି, ସୁନୀତା ଡଗଲ, ଅପରାଜିତା ଷଡ଼ଙ୍ଗୀ, ପରଣୀତି କୌର, ସ୍ୱାମୀ ସୁମେଧାନନ୍ଦ ଏବଂ ରାଜଦୀପ ରାୟଙ୍କୁ ନେଇ ଗଠିତ କମିଟି ଆଜି ମହୁଆଙ୍କୁ ଜେରା କରିଥିଲେ।

Related Articles

Back to top button