ଆଜିଠୁ ଗଙ୍ଗୋତ୍ରୀ ଧାମର ଦ୍ୱାରା ବନ୍ଦ ହେବ

ଆଜିଠୁ ଗଙ୍ଗୋତ୍ରୀ ଧାମର ଦ୍ୱାର ବନ୍ଦ ହେବ । ଚଳିତ ବର୍ଷ ପାଇଁ ଚାରିଧାମ ଯାତ୍ରା ଶେଷ ହେବାକୁ ଯାଉଛି ।ତେବେ ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଧାମର ଦ୍ୱାର ଆଜିଠାରୁ ବନ୍ଦ ହେବ । ଆଜି ପୂର୍ବାହ୍ନ 11 ଟା 45 ମିନିଟରେ ଅନ୍ନକୁଟ ଅବସରରେ ବନ୍ଦ ହେବ ଗଙ୍ଗୋତ୍ରୀ ଦ୍ବାର । ବିଧ୍ଵବଦ୍ଧ ଭାବରେ ପୂଜାର୍ଚ୍ଚନା କରାଯାଇ ଗଙ୍ଗୋତ୍ରୀ ଧାମ ଦ୍ୱାର ବନ୍ଦ କାର୍ଯ୍ୟ ସମ୍ପନ୍ନ କରାଯିବ। ଏହାପରେ ମାଆ ଗଙ୍ଗାଙ୍କ ରଥ ଶୀତଦିନ ପାଇଁ ମୁଖବା ଗାଁରେ ଥିବା ମାଆ ଗଙ୍ଗାଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରାଯିବ। ଦ୍ବାର ବନ୍ଦ ହେବା ପରେ ୬ ମାସ ପର୍ଯ୍ୟନ୍ତ ମାଆ ଗଙ୍ଗା ମୁଖବା ଗାଁ ଠାରେ ଥିବା ମନ୍ଦିରରେ ଦର୍ଶନ ଦେବେ ।

ତେବେ ପୂର୍ବରୁ ଚାରିଧାମ ଅର୍ଥାତ ବଦ୍ରୀନାଥ,କେଦାରନାଥ ,ଗଙ୍ଗୋତ୍ରୀ ଧାମ ଏବଂ ଯମୁନୋତ୍ରୀ ଧାମ ବନ୍ଦ ହେବା ନେଇ ତାରିଖ ଧାର୍ଯ୍ୟ କରାଯାଇଥିଲା। ସେହି ତାରିଖ ଅନୁଯାୟୀ ପ୍ରଥମେ ଗଙ୍ଗୋତ୍ରୀ ଧାମ ବନ୍ଦ ହେବ । ଏହାର ଦିନକ ପରେ ଯମୁନୋତ୍ରୀ ଧାମ ଏବଂ ଏହା ପରେ କେଦାରନାଥ ମନ୍ଦିର ବନ୍ଦ ହେବ । ସର୍ବ ଶେଷରେ ବଦ୍ରୀନାଥ ଧାମରା ଦ୍ୱାର ବନ୍ଦ ହେବ ।

ଆଜି ସମସ୍ତ ପୂଜାର୍ଚ୍ଚନା ସହ ଗଙ୍ଗୋତ୍ରୀ ଧାମର ଦ୍ୱାର ବନ୍ଦ କରାଯିବ । ଆସନ୍ତା କାଲି ଯମୁନୋତ୍ରୀ ଧାମ ବନ୍ଦ କରାଯିବ ପାଇଁ ବ୍ୟବସ୍ଥା ହୋଇଛି । ଦ୍ବାର ବନ୍ଦ ହେବା ପରେ ମାଆ ଯମୁନାଙ୍କ ଦର୍ଶନ ଖରସାଲିରେ ହେବ । ଏହିଦିନ ସକାଳୁ ବାବା କେଦାରନାଥଙ୍କ ଦ୍ଵାର ମଧ୍ଯ ଶୀତକାଳୀନ ପାଇଁ ବନ୍ଦ କରାଯିବ। ତେବେ କେଦାରନାଥ ଧାମ ବନ୍ଦ ହେବାପରେ ଭଗବାନ କେଦାରନାଥଙ୍କ ପଞ୍ଚମୁଖୀ ଉତ୍ସବମୂର୍ତ୍ତି ଶୀତକାଳୀନ ପ୍ରବାସ ଶ୍ରୀ ଓଁକାରେଶ୍ଵର ମନ୍ଦିର ଉଖୀମଠରେ ପହଞ୍ଚିବ।କେଦାରନାଥ ଧାମ ଦ୍ୱାର ଖୋଲାଯିବ ପର୍ଯ୍ୟନ୍ତ ଭଗବାନ କେଦାରନାଥ ଓଁକାରେଶ୍ଵର ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ନଭେମ୍ବର ୧୮ ତାରିଖରେ ବଦ୍ରୀନାଥ ଧାମରା ଦ୍ୱାର ବନ୍ଦ ହେବା ନେଇ ପ୍ରସ୍ତୁତି ଚାଲିଛି । ଚାରିଧାମର ଦ୍ୱାର ବନ୍ଦ ହେବା ବୋଲି ସମସ୍ତ ଧାମରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହୁଛି ।

Related Articles

Back to top button