ମୋଦୀଙ୍କୁ ପନୈାତି କହିଲେ ରାହୁଲ ଗାନ୍ଧି
ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । କଂଗ୍ରେସ ଓ ବିଜେପି ମଧ୍ୟରେ ଦେଖିବାକୁ ମିଳିଛି କଡା ଟକ୍କର । ଗୋଟିଏ ପଟେ ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନରେ ଡେରା ପକାଇଛନ୍ତି ତ ଅନ୍ୟପଟେ କଂଗ୍ରେସ ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ରାହୁଲ ଗାନ୍ଧୀ । ମଙ୍ଗଳବାର ଦିନ ରାଜସ୍ଥାନର ଜାଲୋର ଠାରେ ନିର୍ବାଚନ ପ୍ରଚାର କରିବାକୁ ପହଂଚିଥିଲେ ରାହୁଲ ଗାନ୍ଧୀ । ଏହି କ୍ରମରେ ସେ ବିଶ୍ୱକପରେ ଭାରତର ପରାଜୟ କଥା କହିଥିଲେ । ସେ କହିଥିଲେ କି, ଆମ ଖେଳାଳୀମାନେ ଯେଭଳି ଖେଳୁଥିଲେ ଟିମ୍ ନିଶ୍ଚିତ ବିଜୟୀ ହୋଇଥାନ୍ତ । ହେଲେ ପନୌତି ଦଳକୁ ହରାଇଦେଲେ ।
ରାହୁଲ ଗାନ୍ଧୀ ନିର୍ବାଚନୀ ପ୍ରଚାର ମଞ୍ଚରୁ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ଏହି ସମୟରେ ମଞ୍ଚତଳେ ବସିଥିବା ଲୋକମାନେ ପନୌତି ପନୌତି ଚିଲାଇଥିଲେ । ଏହାକୁ ନେଇ ରାହୁଲ ଗାନ୍ଧୀ କହିଥିଲେ କି ଆମ ଖେଳାଳୀମାନେ ଆରମ୍ଭରୁ ଯେଭଳି ପ୍ରଦର୍ଶନ କରିଆସୁଥିଲେ ଫାଇନାଲରେ ବିଜୟ ସୁନିଶ୍ଚିତ ଥିଲା । ମାତ୍ର ପନୌତି ଦଳକୁ ହରାଇଦେଲା । ରାହୁଲ କହିଛନ୍ତି କି, ଗଣମାଧ୍ୟମ ଏକଥା କହିବ ନାହିଁ, ହେଲେ ଜନତା ଜାଣିଛନ୍ତି । ଏହାପରେ ରାହୁଲ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ ।
କେବଳ ରାହୁଲ ଗାନ୍ଧୀ ନୁହଁନ୍ତି ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ ରାୟ ମଧ୍ୟ ଭାରତୀୟ ଟିମ୍ ପରାଜୟ ପଛରେ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି । ସେ କହିଛନ୍ତି କି ମୋଦୀଙ୍କୁ ଦେଖି ଆମ ଖେଳାଳୀମାନେ ଅନ୍ୟମନସ୍କ ହୋଇଯାଇଥିଲେ । ମୋଦୀଙ୍କୁ ମ୍ୟାଚ ଦେଖିବାକୁ ଯିବା ଉଚିତ ନଥିଲା । ମୋଦୀଙ୍କ ପାଇଁ ଦେଶ ପରାଜିତ ହେଲା । କାରଣ ଖେଳାଳୀ ଷ୍ଟାଡିୟମରେ ମୋଦୀଙ୍କୁ ଦେଖିବା ପରେ ଚାପରେ ପଡିଯାଇଥିଲେ । ଅଜୟ ରାୟ କହିଛନ୍ତି କି ଯଦି ପ୍ରଧାନମନ୍ତ୍ରୀଙ୍କର ଭାରତୀୟ ଖେଳାଳୀଙ୍କ ମନୋବଳ ବୃଦ୍ଧି କରିବାର ଥିଲା ତେବେ ଖେଳ ପୂର୍ବରୁ ତାଙ୍କ ସହିତ ଭେଟ କରିପାରିଥାନ୍ତେ ।