ଜାନୁଆରୀ ୧୫ରୁ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା

ଜାନୁଆରୀ ୧୫ରୁ ଦୁଲୁକିବ ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ। ଜାନୁଆରୀ ୧୫ରୁ ଜାନୁଆରୀ ୨୫ ତାରିଖ ଯାଏଁ ୧୧ ଦିନ ଧରି ବରଗଡରେ ଚାଲିବ ମହାରାଜ କଂସଙ୍କ ରାଜୁତି। ସେହି ସମୟରେ ବରଗଡ ସହର ପାଲଟିବ ମଥୁରା ନଗରୀ ଓ ଅମ୍ବାପାଲି ପାଲଟିବ ଗୋପପୁର। ବିଶ୍ୱର ବଡ ମୁକ୍ତାକାଶ ରଙ୍ଗମଞ୍ଚରେ କୃଷ୍ଣଜନ୍ମଠୁ ଆରମ୍ଭ କରି କଂସବଧ ଯାଏଁ ବିଭିନ୍ନ ଦୃଶ୍ୟ ଦେଖିବାକୁ ମିଳିବ। ବରଗଡ ଧନୁଯାତ୍ରା କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ କିପରି ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବରେ ସବୁ କାର୍ଯ୍ୟ ସମାପନ ହେବ ନିଷ୍ପତି ନିଆଗଲା।

ସୂଚନା ଅନୁଯାୟୀ , ଆସନ୍ତା ଜାନୁଆରୀ ୧୫ରୁ ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ। ଚଳିତ ବର୍ଷ ଧନୁଯାତ୍ରା ୧୧ ଦିନ ଧରି ଅର୍ଥାତ ଜାନୁଆରୀ ୧୫ରୁ ଆରମ୍ଭ ହୋଇ ୨୫ ଯାଏଁ ଚାଲିବ। ଏନେଇ ପ୍ରଥମ ପ୍ରସ୍ତୁତି ବୈଠକ ବସିଥିଲା ଏବଂ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି, ଜିଲ୍ଲା ପ୍ରଶାସନ ଓ ବିଭନ୍ନ ସଂଗଠନର ମିଳିତ ବୈଠକରେ ଯାତ୍ରାକୁ ସରସ ସୁନ୍ଦର ଓ ସଫଳ କରିବା ପାଇଁ ବୈଠକରେ ନିଆଯାଇଛି ନିଷ୍ପତ୍ତି। ପ୍ରତିବର୍ଷ ବରଗଡର ଧନୁଯାତ୍ରା କୃଷ୍ଣଜନ୍ମଠୁ ଆରମ୍ଭ କରି ମହାରାଜ କଂସଙ୍କ ରାଜୁତି ଏବଂ କଂସ ବଦ୍ଧ ଦେଖିବା ପାଇଁ କାଇଁ କେତେ ଦୂରରୁ ଦର୍ଶକମାନେ ଆସିଥାନ୍ତି। ଏହି ଧନୁଯାତ୍ରା ସମୟରେ ବରଗଡ ସହର ପାଲଟିଯାଏ ମଥୁରା ନଗରୀ ଓ ଅମ୍ବାପାଲି ପାଲଟିଯାଏ ଗୋପପୁର। ଲୋକମାନଙ୍କ ଭିଡ ଏବଂ ସୁରକ୍ଷା ପାଇଁ ପୋଲିସ ପ୍ଲାଟୁନ ମଧ୍ୟ କଡାକଡି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Related Articles

Back to top button