ପୁରୀରେ ୧୫ ଜଣିଆ ଟିମ୍ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ କରିଛନ୍ତି

ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ । ଏଥିପାଇଁ ପୁରୀରେ ୧୫ ଜଣିଆ ଟିମ୍ ପହଞ୍ଚିଛନ୍ତି। ASI ସୁପରିଟେଣ୍ଡେଣ୍ଟଙ୍କ ନେତୃତ୍ବରେ ଆସିଛି ଟିମ୍। ଟିମ୍ ରେ ସାମିଲ ଅଛନ୍ତି ଫଟୋଗ୍ରାଫିକ ସଦସ୍ୟ।। ଟିମ୍ ରେ ଅଛନ୍ତି ମୁମ୍ବାଇର ୩ ଜଣିଆ ବୈଷୟିକ ଟିମ୍ । ସମ୍ପୂର୍ଣ୍ଣ ରତ୍ନଭଣ୍ଡାରର ଲେଜର ସ୍କାନିଂ କରି ଡକ୍ୟୁମେଣ୍ଟେସନ କରିବ ଟିମ୍ ।

ଏହି ସ୍କାନିଂ ଦ୍ବାରା ରତ୍ନଭଣ୍ଡାରର ସ୍ଥିତି ଓ ଏହାର ଦୁର୍ବଳ ଅଂଶ ସମ୍ପର୍କରେ ଜାଣିହେବ। ଦୁଇରୁ ଚାରି ଘଣ୍ଟା ଧରି ଚାଲିବ ଲେଜର ସ୍କାନିଂ। ଏକ ସ୍ବତନ୍ତ୍ର କ୍ୟାମେରାରେ ଫଟୋ ଉତ୍ତୋଳନ କରାଯିବ। ଏହା ଦ୍ବାରା କାନ୍ଥରେ ଥିବା ଫାଟ ନେଇ ବିସ୍ତୃତ ଭାବେ ଜଣା ପଡ଼ିବ । ଏହା ଫଳରେ ମରାମତି କାମ ସୁଚାରୁ ରୂପେ ହୋଇପାରିବ ବୋଲି ସୂଚନା ଦେଇଛନ୍ତି । ପୂର୍ବରୁ ୨୦୨୧ ମସିହାରେ ଶ୍ରୀମନ୍ଦିର ଜଗମୋହନ ସହ ଅନ୍ୟ ଅଂଶଗୁଡିକର ଲେଜର ସ୍କାନିଂ କରାଯାଇଥିଲା l

Related Articles

Back to top button