ଡିସେମ୍ବର ୪ ତାରିଖରୁ ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟସଭା ସାଂସଦଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମାରେ ଅନୁଯାୟୀ ସଂସଦରେ ଯେଉଁ ବିଷୟ ଉପରେ ଆଲୋଚନା ହେବ ତାହା ପବ୍ଲିସିଟି କରାଯାଇପାରିବ ନାହିଁ । ନୋଟିସ ମଞ୍ଜୁର ହେବା ପର୍ଯ୍ୟନ୍ତ ସାଥୀ ସଦସ୍ୟମାନଙ୍କୁ ମଧ୍ୟ ଏହି ସୂଚନା ଦିଆଯିବା ଉଚିତ ନୁହେଁ । ସଂସଦରେ ଧନ୍ୟବାଦ, ଜୟହିନ୍ଦ କିମ୍ବା ବନ୍ଦେ ମାତରମ୍ ଭଳି ନାରା ଲଗାଯାଇପାରିବ ନାହିଁ । ସଭାପତିଙ୍କୁ ସଂସଦ ଭିତରେ କିମ୍ବା ବାହାରେ ସମାଲୋଚନା କରାଯାଇପାରିବ ନାହିଁ । ଏଥି ସହିତ ରାଜ୍ୟସଭା ସାଂସଦଙ୍କୁ ୨୦୨୨ ଏପ୍ରିଲ ମାସରେ ଦିଆଯାଇଥିବା ହ୍ୟାଣ୍ଡବୁକ୍ରେ ଲିଖିତ ସଂସଦୀୟ ପରମ୍ପରାକୁ ମଧ୍ୟ ମନେ ପକାଇ ଦିଆଯାଇଛି ।ସଂସଦରେ ପତାକା ଉଡାଇବା ଉପରେ ପ୍ରତିବନ୍ଧକ ଲାଗିଛି , ସଭାପତିଙ୍କ ଆସନ ଆଡକୁ ପଛ କରି ବସିପାରିବେ ନାହିଁ ,ସଭାପତି କହୁଥିବା ବେଳେ କୌଣସି ସାଂସଦ ଗୃହ ଛାଡି ଯାଇପାରିବେ ନାହିଁ , ସଂସଦରେ ଏକା ସାଥୀରେ ଦୁଇଜଣ ସଦସ୍ୟ ଠିଆ ହୋଇପାରିବେ ନାହିଁ, ସଦସ୍ୟ ମାନେ ସଭାପତିଙ୍କ ନିକଟକୁ ସିଧାସଳଖ ନଯାଇ ଆଟେଡାଣ୍ଟଙ୍କ ହାତରେ ପର୍ଚ୍ଚି ପଠାଇବେ ,ସଦସ୍ୟମାନେ ଲିଖିତ ଭାଷଣ ପଢିପାରିବେ ନାହିଁ , ଅଧିବେଶନ ବେଳେ ସମସ୍ତ ସଦସ୍ୟ ସଂସଦରେ ଉପସ୍ଥିତ ରହିବେ, ଯଦି କୌଣସି ସାଂସଦ ବିନା ଅନୁମତିରେ ୬୦ ଦିନ ଅନୁପସ୍ଥିତ ରୁହନ୍ତି ତେବେ ତାଙ୍କ ଆସନକୁ ଖାଲି ଘୋଷଣା କରାଯିବ ,ସଂସଦ ପରିସରରେ ଧ୍ରୁମପାନ ନିଷେଧ, ସଂସଦର କାର୍ଯ୍ୟକୁ ଭିଡିଓ କରିପାରିବେ ନାହିଁ ଏବଂ ନୂଆ ସାଂସଦଙ୍କୁ ୧୫ ମିନିଟରୁ ଅଧିକ ସମୟ ଭାଷଣ ଦେବାକୁ ମିଳିବ ନାହିଁ ।
Related Articles
Check Also
Close
-
ଆପ୍ ପ୍ରାର୍ଥୀ ମହେଶ କୁମାର ଖିଚି ଦିଲ୍ଲୀର ନୂଆ ମେୟର2 hours ago