୧୨୦ରୁ ଅଧିକ ୟୁଟ୍ୟୁବ୍ ଚ୍ୟାନେଲ ଉପରେ ଲାଗିଲା ପ୍ରତିବନ୍ଧକ

ୟୁଟ୍ରୁବ୍ ଚ୍ୟାନେଲ ମାଧ୍ୟମରେ ରୋଜଗାର ବଢାଇବା ଓ ଅଧିକ ଲୋକଙ୍କ ପାଖରେ ପହଂଚିବା ଲକ୍ଷ୍ୟରେ କିଛି ଚ୍ୟାନେଲ ତରଫରୁ ମିଥ୍ୟା ଖବର ଓ ଦ୍ୱିଅର୍ଥବୋଧକ ଥମ୍ବନେଲ ବ୍ୟବହାର ବହୁଳମାତ୍ରାରେ ବୃଦ୍ଧି ପାଇଛି । ଏହାକୁ କେନ୍ଦ୍ର ସରକାର ଏକ ଗମ୍ଭୀର ପ୍ରସଙ୍ଗ ବୋଲି ବିବେଚନା କରି ଏଭଳି କିଛି ୟୁଟ୍ୟୁବ୍ ଚ୍ୟାନେଲ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।ଏହା ପୂର୍ବରୁ ମଧ୍ୟ ସମାନ ମାମଲାରେ ଅନେକ ୟୁଟ୍ୟୁବ୍ ଚ୍ୟାନେଲ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଥିଲେ । ଗତ ୧ବର୍ଷ ଅର୍ଥାତ ଡିସେମ୍ବର ୨୦୨୨ ରୁ ଏପର୍ଯ୍ୟନ୍ତ ପିଆଇବି ତରଫରୁ ୨୬ ଟି ୟୁଟ୍ୟୁବ୍ ଚ୍ୟାନେଲର ପର୍ଦ୍ଦାଫାସ କରିଥିଲେ । ଯେଉଁ ଚ୍ୟାନେଲମାନେ ନିୟମିତ ଭାବେ ଭୂଲ ଖବର ପ୍ରସାରଣ କରୁଥିଲେ ।

ଏହାପରେ ଏବେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଯ୍ୟୁକ୍ତି ନିୟମ ୨୦ କ୍ରମରେ ୧୨୦ ରୁ ଅଧିକ ୟୁଟ୍ୟୁବ୍ ଚ୍ୟାନେଲ ବନ୍ଦ କରିଦେଇଛନ୍ତି ।

Related Articles

Back to top button