ଜାତୀୟ ରାଜପଥରେ ରାସ୍ତା ପାର୍ ହେଉଛନ୍ତି ୨୫ଟିକିଆ ହାତୀ ପଲ

ଜାତୀୟ ରାଜପଥରେ ରାସ୍ତା ପାର୍ ହେଉଛନ୍ତି ୨୫ଟିକିଆ ହାତୀ ପଲ । ସୂଚନା ଅନୁସାରେ, ବୁଧବାର ଢେଙ୍କାନାଳ ଜିଲ୍ଲାର ସଦର ରେଞ୍ଜ ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥରେ ୨୫ଟିକିଆ ହାତୀ ପଲକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । କେତେବେଳେ ରାସ୍ତା ଉପରେ ତ କେତେବେଳେ ଗାଁ ଭିତରେ । ରାସ୍ତା ଉପରେ ହାତୀ ପଲଙ୍କୁ ଦେଖି ଗାଡି ମଟର ଚଳାଚଳ ବନ୍ଦ ହୋଇଯାଇଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗାଡି ଚଳାଚଳ କରିବା ପାଇଁ ମନା କରିବା ସହିତ ହାତୀ ପଲଙ୍କ ଗତି ଉପରେ ନଜର ରଖିଥିଲେ । କିଛି ସମୟ ପାଇଁ ସେହି ରାସ୍ତାରେ ଗାଡି ଚଳାଚଳ ବନ୍ଦ କରାଯାଇଥିଲା ।

Related Articles

Back to top button