ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଭୁବନେଶ୍ୱରରୁ ହାଓଡ଼ା ଯାଉଥିବା ଏହି ଏକ୍ସପ୍ରେସରେ ଆଜି ସକାଳେ ନିଆଁ ଲାଗିଯାଇଥିଲା । ହାଓଡ଼ା ଯାଉଥିବା ସମୟରେ ଟ୍ରେନଟି କଟକ ଷ୍ଟେସନରେ ଅଟକିଥିଲା । ତେବେ କଟକ ଷ୍ଟେସନରେ ଅଟକିଥିବା ସମୟରେ ଏପରି ଦୁର୍ଘଟଣା ଘଟିଥିଲା । ଟ୍ରେନର ଗୋଟିଏ ବଗି ତଳେ ହଠାତ ନିଆଁ ଲାଗିଯାଇଥିଲା । ତେବେ ଏପରି ହଠାତ ନିଆଁ ଲାଗିବାର କାରଣ ବ୍ରେକ ବାଇଡିଂ ହୋଇଥିବା ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି ।

Related Articles

Back to top button