ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପି ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି

ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପି ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି। ୩ ରାଜ୍ୟର ପର୍ଯ୍ୟବେକ୍ଷକମାନେ ସକାଳୁ ନିଜ ନିଜ ରାଜ୍ୟରେ ପହଞ୍ଚିଯିବେ। ସେଠାରେ ଆସନ୍ତାକାଲି ଅର୍ଥାତ୍‌ ଶନିବାର ବିଧାୟକ ଦଳର ବୈଠକ ବସିବ ଏବଂ ସନ୍ଧ୍ୟା ସୁଦ୍ଧା ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇପାରେ ବୋଲି ଅନୁମାନ କରାଯାଉଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିନୋଦ ତାୱଡେ ଓ ସରୋଜ ପାଣ୍ଡେଙ୍କୁ ରାଜସ୍ଥାନର ପର୍ଯ୍ୟବେକ୍ଷକ କରାଯାଇଛି। ହରିୟାଣା ସିଏମ୍‌ ମନୋହର ଲାଲ ଖଟର, କେ. ଲକ୍ଷ୍ମଣ ଓ ଆଶା ଲକଡ଼ାଙ୍କୁ ମଧ୍ୟପ୍ରଦେଶର ଦାୟିତ୍ୱ ଦିଆଯାଇଛି। ସେହିପରି ଛତିଶଗଡ଼ ପାଇଁ ଅର୍ଜୁନ ମୁଣ୍ଡା, ସର୍ବାନନ୍ଦ ସୋନୋୱାଲ ଓ ଦୁଷ୍ୟନ୍ତ ଗୌତମଙ୍କୁ ଚୟନ କରାଯାଇଛି।

ଏହି ପର୍ଯ୍ୟବେକ୍ଷକମାନେ ବିଧାୟକ ଦଳର ବୈଠକରେ ବିଧାୟକମାନଙ୍କ ମତାମତ ନେବେ। ଅନୁମୋଦନ ପରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ବିଜେପି ବିପୁଳ ବିଜୟ ହାସଲ କରିଛି। ଏହି ରାଜ୍ୟଗୁଡିକରେ କଂଗ୍ରେସ ପରାଜୟର ସମ୍ମୁଖୀନ ହୋଇଛି।

Related Articles

Back to top button