ଶୌଚ ହେବା ପାଇଁ ଯାଇ ଭାଲୁ ଆକ୍ରମଣରେ ଜୀବନ ହାରିଲେ ଠିକାଦାର

ମହଙ୍ଗା ପଡ଼ିଲା ବାହାରେ ଶୌଚ ହେବା । ଭାଲୁ ଆକ୍ରମଣରେ ଜୀବନ ହାରିଲେ ଠିକାଦାର । ଏମିତି ଏକ ଦୁଃଖଦଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ । ମୃତ ଠିକାଦାର ଜଣକ ହେଲେ ବ୍ରିଜେଶ ଦ୍ୱିବେଦୀ ।

ନବରଙ୍ଗପୁର ଵ୍ଳକ ଭତରାସିଉନି ପଞ୍ଚାୟତ ଦେଇ ଯାଇଥିବା ଭାରତମାଳା ପ୍ରକଳ୍ପର ରାୟପୁର-ବିଶାଖାପାଟଣମ ନିର୍ମାଣଧିନ ଜାତୀୟ ରାଜପଥରେ ପେଟି ଠିକାଦାର ଭାବେ ନିୟୋଜିତ ଥିଲେ । ରାସ୍ତା ପାର୍ଶ୍ଵରେ ଠିକା କ୍ୟାମ୍ପରେ ଶ୍ରମିକଙ୍କ ସହ ରହୁଥିଲେ । ଆଜି ଭୋରୁ ଶୌଚ ପାଇଁ ଯିବାକୁ ବାହାରିଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ିଥିଲେ । ଏଭଳି କି ଭାଲୁ କବଳରୁ ମୁକୁଳିବା ପାଇଁ ଭାଲୁ ସହ ଦୀର୍ଘ ସମୟ ଧରି ଲଢେ଼ଇ କରିଥିଲା ।

ଶ୍ରମିକ ଓ ଗାଁ ଲୋକ ଭାଲୁକୁ ଘଉଡେଇଵା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଭାଲୁ ଆକ୍ରମଣରୁ ବର୍ତ୍ତି ପାରିନଥିଲେ ଠିକାଦାର । ଭାଲୁ ଶିକାର ରେ ଠିକାଦାର ଜଣକ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।

Related Articles

Back to top button