୪୦ ବ୍ୟାଗରୁ ମିଳିଛି ୪୬ କୋଟି , ଆହୁରି ଅଛି ୧୩୦ ବ୍ୟାଗ ଟଙ୍କା

ବଲାଙ୍ଗୀର ମଦଭାଟି ଓ ମ୍ୟାନେଜର ଘରୁ ଶହ ଶହ କୋଟି ଜବତ ଘଟଣାକୁ ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରିଜିଓନାଲ ମ୍ୟାନେଜର ଭଗତ ବେହେରାଙ୍କ ପ୍ରତିକ୍ରିୟା । କହିଲେ- ଆସିଛି ୧୭୬ ବସ୍ତା ଟଙ୍କା । ୪୦ ବ୍ୟାଗରୁ ମିଳିଛି ୪୬ କୋଟି ଟଙ୍କା । ୫୦ ଜଣ ବ୍ୟାଙ୍କ୍ କର୍ମଚାରୀ ୨୫ଟି ମେସିନରେ ଗଣତି କରୁଛନ୍ତି । ଦୁଇଦିନରେ ଟଙ୍କା ଗଣା ଶେଷ ହେବ । ଟଙ୍କା ଗଣିବା ପାଇଁ ଆଖପାଖ ବ୍ୟାଙ୍କରୁ କର୍ମଚାରୀ ଓ ଗଣତି ମେସିନ ଅଣାଯାଇଛି ।

ମଦଭାଟି କାର୍ଯ୍ୟାଳୟ ପରେ ଏବେ ଭାଟି ମାଲିକର ମୁଖ୍ୟ ସହଯୋଗୀ ଘରେ ଚାଲିଛି ଖୋଳତାଡ଼ I ୧୪ ଜଣିଆ ଆୟକର ଟିମ ଚଳାଇଛି ଖୋଳତାଡ଼ I ଦୁଇ ଦିନରେ ୬୦ କୋଟି ଟଙ୍କା ଗଣତି ହୋଇଥିବା ସୂଚନା ମିଳିଛି । ସେପଟେ ବଲାଙ୍ଗୀରରେ ପହଞ୍ଚିଛନ୍ତି ହାଇଦ୍ରାବାଦ ଆୟକର ବିଭାଗର ଆନାଲିସିସ ଟିମ୍ I ଜବତ ଟଙ୍କାକୁ ନେଇ ବଲାଙ୍ଗୀରରେ ଖୋଲତାଡ କରିବ ଟିମ I ୪ରୁ ୫ ଜଣିଆ ଟିମ ଆସିଥିବା ସୂଚନା ମିଳିଛି I ପ୍ରଥମ ଦିନରେ ୨୫୦ କୋଟିରୁ ଅଧିକ ଓ ଗତକାଲି ୫୦ କୋଟି ଟଙ୍କା ଜବତ ହୋଇଥିଲା I ବଲାଙ୍ଗୀରର ବିଭିନ୍ନ ବ୍ୟାଙ୍କରୁ ମେସିନ ଆଣି ଟଙ୍କା ଗଣା ଚାଲିଥିବା ସୂଚନା ମିଳିଛି ।

Related Articles

Back to top button