ମହାକାଶଯାନ ଆଦିତ୍ୟ ଏଲ୍-୧ ପ୍ରଥମଥର ପାଇଁ ସୂର୍ଯ୍ୟର ସମ୍ପୂର୍ଣ ଫଟୋ ପଠାଇଛି

ସୂର୍ଯ୍ୟ ମିଶନରେ ଯାଇଥିବା ଇସ୍ରୋର ମହାକାଶଯାନ ଆଦିତ୍ୟ ଏଲ୍-୧ ପ୍ରଥମଥର ପାଇଁ ସୂର୍ଯ୍ୟର ସମ୍ପୂର୍ଣ ଫଟୋ ପଠାଇଛି । ଆଦିତ୍ୟ ଏଲ୍-୧ରେ ଲାଗିଥିବା ପେଲୋଡ ସୁଟ ବା ସୋଲାର ଅଲଟ୍ରଭାଓଲେଟ ଇମେଜିଂ ଟେଲିସ୍କୋପ ସୂର୍ଯ୍ୟର ସମ୍ପୂର୍ଣ୍ଣ ଡିସ୍କ ଫଟୋ ଉଠାଇଛି । ଏହି ସମସ୍ତ ଫଟୋକୁ ଇସ୍ରୋ ତାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରିଛି । ଏହି ପୋଷ୍ଟରେ ଇସ୍ରୋ ଲେଖିଛି କି ସୁଟ୍ ପେଲୋଡ ଅଲଟ୍ରଭାଓଲେଟ ୱେଭଲେନ୍ଥ ବା ତରଙ୍ଗ ଦୈର୍ଘ୍ୟ ନିକଟରେ ସୂର୍ଯ୍ୟର ପୂର୍ଣାଙ୍ଗ ଫଟୋ ଆଦିତ୍ୟ ଉତ୍ତୋଳନ କରିଛି ।

ଏହି ଫଟୋରେ ୨୦୦ରୁ ୪୦୦ ଏନଏମ୍ ପର୍ଯ୍ୟନ୍ତ ୱେଭଲେନ୍ଥରେ ସୂର୍ଯ୍ୟର ପ୍ରଥମ ପୂର୍ଣାଙ୍ଗ ଚିତ୍ର ସ୍ଥାନ ପାଇଛି । ଏହି ଚିତ୍ରରେ ସୂର୍ଯ୍ୟର ଫୋଟୋସ୍ପିୟର ଓ କ୍ରୋମୋସ୍ଫିୟରର ଜଟିଳ ବିବରଣୀ ରହିଛି । ସୁଟ୍ ବିଭିନ୍ନ ବୈଜ୍ଞାନିକ ଫିଲଟର ଉପଯୋଗ କରି ଏହି ୱେଭଲେନ୍ଥ ଦୂରରୁ ସୂର୍ଯ୍ୟର ପୋଟେକ୍ଟିୟର ଓ କ୍ରୋମୋସ୍ଟିୟରର ଚିତ୍ର ଉତ୍ତୋଳନ କରିଛି । ଗତ ନଭେମ୍ବର ୨୦ ତାରିଖରେ ସୁଟ୍ ପେଲୋଡକୁ ଚାଲୁ କରାଯାଇଥିଲା। ଏକ ସଫଳ ପ୍ରି-କମିଶନିଂ ପର୍ଯ୍ୟାୟ ପରେ ଟେଲିସ୍କୋପ ନିଜର ପ୍ରଥମ ଲାଇଟ୍ ସାଇନ୍ସ ଇମେଜ ନେଇଥିଲା। ଏହି ଫଟୋକୁ ୧୧ଟି ଭିନ୍ନ ଭିନ୍ନ ପ୍ରକାର ଫିଲଟର ଉପଯୋଗ କରି ନିଆଯାଇଛି । ପେଲୋଡ ସୁଟ୍‌ରେ କରାଯାଉଥିବା ପର୍ଯ୍ୟବେକ୍ଷଣ ମାଧ୍ୟମରେ ବୈଜ୍ଞାନିକମାନେ ଚୁମ୍ବକୀୟ ଓ ପରିବେଶର ଗତିଶୀଳ ସଂଯୋଜନର ଅଧ୍ୟୟନ କରିବା ସହ ପୃଥିବୀର ଜଳବାୟୁ ଉପରେ ସୌର ବିକିରଣର ପ୍ରଭାବକୁ କିଭଳି ରୋକିହେବ ସେଦିଗରେ ଆବଶ୍ୟକ ତଥ୍ୟ ମିଳିପାରିବ ।

Related Articles

Back to top button