ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ !

ସାମୁଦ୍ରିକ ଝଡ ମିଗଜୋମ୍‌ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ତାଣ୍ଡବ ରଚିଛି । ବର୍ତ୍ତମାନ ବି କିଛି ସ୍ଥାନରେ ସ୍ଥିତି ସ୍ବାଭାବିକ ହୋଇନାହିଁ । ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭା ପକ୍ଷରୁ ଆଉ ଏକ ଲଘୁଚାପ ଆସୁଥିବା ନେଇ ଚେତାବନୀ ଦିଆଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।

ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଆରବ ସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ମାଲଦୀପ ପାଖାପାଖି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ କିଛି ସ୍ଥାନରେ କାଳବୈଶାଖୀ ହେବା ନେଇ ବି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

IMDର ପୂର୍ବାନୁମାନ ଅନୁଯାୟୀ, ଆରବ ସାଗରରେ ଏକ ଚକ୍ରବାତ ବଳୟ ସୃଷ୍ଟି ହୋଇପାରେ । ପ୍ରଭାବରେ କେରଳ, ତାମିଲନାଡୁ, ପୁଡୁଚେରୀ ଏବଂ ଲାକ୍ଷାଦୀପର କିଛି ସ୍ଥାନରେ ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ତେବେ ଲଘୁଚାପ କ୍ରମେ ବାତ୍ୟାର ରୂପ ନେବ କି ନାହିଁ ସେ ନେଇ କୌଣସି ସୂଚନା ଦେଇଛି ପାଣିପାଗ ବିଭାଗ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାପରେ ଅଧିକ ଅପଡେଟ୍‌ ଦେବ ପାଣିପାଗ ବିଭାଗ । ତେବେ ସମ୍ଭାବ୍ୟ ଲଘୁଚାପ ଓଡ଼ିଶା ଉପରେ ପ୍ରଭାବ ପକାଇବ କି ନାହିଁ ସେ ନେଇ ବର୍ତ୍ତମାନ ସୁଦ୍ଧା କହିହେବନି । ପରବର୍ତ୍ତୀ ସମୟରେ ଏ ନେଇ ଅପଡେଟ୍‌ ଦେବ ପାଣିପାଗ ବିଭାଗ।

Related Articles

Back to top button