ଆୟକର ବିଭାଗର ରେଡ୍ : ପଞ୍ଚମ ଦିନରେ ମଧ୍ୟ ଚାଲିଛି ଟଙ୍କା ଗଣତି

ବଲାଙ୍ଗୀର ସୁଦପଡା ଦେଶୀ ମଦଭାଟିରେ ଆଜି ବି ଜାରି ରହିଛି ଆୟକର ବିଭାଗ ରେଡ୍ । ଆୟକର ବିଭାଗର ରେଡ୍ ପଞ୍ଚମ ଦିନରେ ମଧ୍ୟ ଚାଲିଛି । ରେଡ୍ ପରଠୁ ଏପର୍ଯ୍ୟନ୍ତ ମିଳିଲାଣି 160 କୋଟି ଟଙ୍କା । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଟଙ୍କା ଗଣତି । 105 ଟି ବସ୍ତା ଓ ଦୁଇଟି ବଡ଼ ପେଟିରୁ ଟଙ୍କା ଗଣତି ଶେଷ ହୋଇଛି । ଏଥିରୁ ପାଖାପାଖି 160 କୋଟି ଟଙ୍କା ମିଳିଥିବା ଜଣାପଡିଛି ।ଆଜି ପୁଣି ଆଉ 71 ଟି ବ୍ୟାଗରେ ଥିବା ଟଙ୍କା ଗଣତି ଆରମ୍ଭ ହେବ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବଲାଙ୍ଗୀର ଏସବିଆଇର ମୁଖ୍ୟ ଶାଖାରେ ଏହି ଟଙ୍କାକୁ ଗଣାଯାଉଛି ।

ଚଢ଼ାଉ ପରେ ଜବତ ଟଙ୍କାକୁ ଦେଖି ଆୟକର ଅଧିକାରୀ ବି ତାଜୁବ । ସେପଟେ ମଦ ସାମ୍ରାଜ୍ୟର କଳାଟଙ୍କା ମିଳିବା ପରେ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କୁ ଅଡୁଆ ବି ବଢିବାରେ ଲାଗିଛି

ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଧୀରଜ ସାହୁଙ୍କର 10 ଟି ଠିକଣାରେ ଚଢାଉ କରିଛି ଆୟକର ବିଭାଗର 40 ଜଣିଆ ଟିମ୍ । ଓଡ଼ିଶାର ବୌଦ୍ଧ, ବଲାଙ୍ଗିର, ସମ୍ବଲପୁର ଓ ରାୟଗଡ଼ାରେ ଚାଲିଛି ରେଡ୍ । ଝାଡ଼ଖଣ୍ଡର ରାଞ୍ଚି ଓ ଲୋହରଦଗା ଏବଂ ପଶ୍ଚିମବଙ୍ଗର କୋଲକାତାରେ ମଧ୍ୟ ଚଢ଼ାଉ ହୋଇଛି । ବର୍ତ୍ତମାନ ସୁଦ୍ଧା ଜବତ ଟଙ୍କା ପରିମାଣ 300 କୋଟି ଡେଇଁଲାଣି । ଜବତ ମୋଟ୍ ଟଙ୍କା ଗଣା ସରିବା ପରେ ଏହି ପରିମାଣ 330 କୋଟି ପାର୍ ହେବ ବୋଲି ଜଣାଯାଇଛି

Related Articles

Back to top button