ମଦ ମାଲିକଙ୍କ ଘରୁ ମିଳିଲା ମୋଟ ୩୪୮ କୋଟି ଟଙ୍କା

ବଲାଙ୍ଗିର ସୁଦପଡ଼ା ମଦଭାଟିରେ ଆୟକର ବିଭାଗର ରେଡ୍ ଘଟଣାରେ ୫ ଦିନର ଟଙ୍କା ଗଣତି ସରିଲା । ଯିଏ ଦେଖିଲା ସିଏ ଆଶ୍ଚର୍ଯ୍ୟ ହେଲା । ମଦ ମାଲିକଙ୍କ ଘରୁ ମିଳିଲା ମୋଟ ୩୪୮ କୋଟି ଟଙ୍କା ଜବତ ହୋଇଥିବା ସୂଚନା ଦେଇଛନ୍ତି ଆୟକର ଅଧିକାରୀ । କେବଳ ବଲାଙ୍ଗିରରୁ ହିଁ ମିଳିଛି ୩୦୫ କୋଟି । ଟିଟିଲାଗଡ଼ରୁ ୧୧ କୋଟି ଓ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ । ବଲାଙ୍ଗିର ସୁଦପଡ଼ାରେ ଥିବା ମଦ ଭାଟିରୁ ମିଳିଥିଲା ପୁରା ଆଲମିରା ଭର୍ତ୍ତି ଟଙ୍କା । ପାଞ୍ଚ ଦିନ ଧରି ୨୫ଟି ମେସିନ ଓ ୫୦ ଜଣ ବ୍ୟାଙ୍କ କର୍ମଚାରୀ ଟଙ୍କା ଗଣି ଗଣି ହାଲିଆ ହେଲେ ମେସିନ ବି ଖରାପ ହୋଇଗଲା । ଟଙ୍କା ଗଣତିରେ ଲାଗିଥିବା ୨ଟି ମେସିନ ଖରାପ ହୋଇଥିବା ସୂଚନା ମିଳିଛି ।

ପ୍ରଥମେ ଚଢ଼ାଉ ହୋଇଥିଲା ୬ ତାରିଖରେ ଏହାପରେ ଶନିବାର ଓ ରବିବାର ଦୁଇଦିନ ଛୁଟିଥିବା ସତ୍ତ୍ବେ ବ୍ୟାଙ୍କ କର୍ମଚାରୀମାନେ ବସ୍ତା ବସ୍ତା ଟଙ୍କାର ଗଣତି କରିଥିଲେ । ଆଉମଦ ବ୍ୟବସାୟୀଙ୍କ ଠାରୁ ମିଳିଥିଲା ୧୬୫ ବ୍ୟାଗ ନୋଟ୍ ।ତେବେ ଏତେ ପରିମାଣର ଟଙ୍କା କାହାର ? ସେନେଇ ଆୟକର ବିଭାଗ ଖୋଳତାଡ଼ ଜାରି ରଖିଛି । ବଲାଙ୍ଗିର ଜିଲ୍ଲାର ଭାଟି ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟିସାହୁଙ୍କୁ ଜେରା କରାଯାଉଛି ।

ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଏବେ ଯେଉଁ ମଦ ବ୍ୟବସାୟରେ ଆଇଟି ରେଡ୍ ଚାଲିଛି, କୁହାଯାଉଛି, ସେଥିରେ ସାଂସଦ ଧୀରଜ ସାହୁଙ୍କ ସଂପୃକ୍ତ ରହିଛି । ତେବେ କିଏ ଏହି ଧୀରଜ ସାହୁ ସେନେଇ ମଧ୍ୟ ସମସ୍ତଙ୍କ ମନରେ ପ୍ରଶ୍ନ । ଏହି ଧୀରଜ ହେଉଛନ୍ତି ଝାଡ଼ଖଣ୍ଡର କଂଗ୍ରେସ ସାଂସଦ । ସେ ରାଜ୍ୟସଭାର ସଭ୍ୟ ଅଛନ୍ତି । ଏପରିକି ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ବେଳେ ରାହୁଲଙ୍କ ସହ ଏହି ଯାତ୍ରାରେ ତାଙ୍କୁ ଦେଖିବାକୁ ମିଳିଥିଲା । ବିଭିନ୍ନ ରାଜ୍ୟରେ ଧୀରଜ ସାହୁଙ୍କ ମଦ ବ୍ୟବସାୟ ରହିଛି ।

Related Articles

Back to top button