ରାଜ୍ୟରେ ୨ରୁ ୩ ଡିଗ୍ରୀ ଖସୁଛି ପାରଦ, ବଢୁଛି ଶୀତ

ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ତାପମାତ୍ରା ଖସିବା ଆରମ୍ଭ ହୋଇଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ଖସିଛି । ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ଶୀତ ମଧ୍ୟ ବଢିବାରେ ଲାଗିଛି ।

ମିଳିଥିବା ସୂଚନା ଅନୁସାରେ, ୧୫ ତାରିଖ ବେଳକୁ ରାଜ୍ୟରେ ଅନେକ ଜିଲ୍ଲାରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଆଗାମୀ ଦିନରେ କୋରାପୁଟ ରାତ୍ରୀ ତାପମାତ୍ରା ୯ ଡିଗ୍ରୀକୁ ଖସିଆସିବାର ସମ୍ଭବନା ରହିଛି

ସେହିପରି ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୧୧ ଦଳମିକ ୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ, କେନ୍ଦୁଝରରେ ୧୧.୫ ଡିଗ୍ରୀ, ବାରିପଦାରେ ୧୪ ଦଶମିକ ୨, ଦାରିଙ୍ଗବାଡ଼ିରେ ୧୨.୫, ରାଉରକେଲାରେ ୧୩.୩, ଝାରସୁଗୁଡ଼ାରେ ୧୩.୨, ଫୁଲବାଣୀରେ ୧୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Related Articles

Back to top button