ଜମ୍ମୁ କାଶ୍ମୀରରେ ନିର୍ବାଚନ ପୂର୍ବରୁ ହିଂସା ସୃଷ୍ଟି କରିବାକୁ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେଲା ପାକିସ୍ତାନ

ଜମ୍ମୁ କାଶ୍ମୀରରେ ନିର୍ବାଚନ ପୂର୍ବରୁ ଆତଙ୍କବାଦୀ ମାନେ ଆତଙ୍କ ଖେଳାଇବାକୁ ପ୍ରସ୍ତୁତ ହେଲେଣି । ଆଲର୍ଟରେ ଗୁଇନ୍ଦା ବିଭାଗ । ଜମ୍ମୁ କାଶ୍ମୀରର ବିଜେପି ନେତାଙ୍କୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ । ନେତାଙ୍କ ସୁରକ୍ଷାକୁ ନେଇ ବଡ ପଦକ୍ଷେପ ନିଆଯିବ । ଗୁଇନ୍ଦା ରିପୋର୍ଟ ଅନୁସାରେ କାଶ୍ମୀରରେ ସକ୍ରିୟ ଥିବା ଜୈଶ ଏ ମହମ୍ମଦ ଓ ଲସ୍କର ଏ ତୋଏବା ସମେତ ଅନ୍ୟାନ୍ୟ ଆତଙ୍କବାଦୀ ସଙ୍ଗଠନକୁ ପାକିସ୍ତାନରୁ ମିଳିଛି କମାଣ୍ଡ । ଆଗାମୀ ନିର୍ବାଚନ ପୂର୍ବରୁ ଜମ୍ମୁ କାଶ୍ମୀରରେ କିଛି ବଡ ଧରଣର ହିଂସା କରିବାକୁ ପାକିସ୍ତାନ ପଟୁ ମିଳିଛି ନିର୍ଦ୍ଦେଶ ।

ଆତଙ୍କବାଦୀ ସଙ୍ଗଠନ ନିର୍ବାଚନରେ ଭାଗ ନେବାକୁ ଥିବା କାଶ୍ମୀରୀ ନେତାଙ୍କୁ ଟାର୍ଗେଟ କରିବା ପାଇଁ ଯୋଜନା କରୁଛନ୍ତି । ଏଥିପାଇଁ କିଛି ନେତା ଜମ୍ମୁ କାଶ୍ମୀରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଆତଙ୍କବାଦୀଙ୍କୁ ସମର୍ଥନ ଜଣାଉଛନ୍ତି । ଜମ୍ମୁ କାଶ୍ମୀରରେ ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ଦଳ ସେମାନଙ୍କ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ସେଠାକୁ ପଠାଇବେ ବୋଲି ପାକିସ୍ତାନ ଏଭଳି ଯୋଜନା କରୁଛି ।

ଗୁଇନ୍ଦା ବିଭାଗର ଆଲର୍ଟ ପରେ ଭାରତୀୟ ସୁରକ୍ଷା ବଳ ଏହି ଆତଙ୍କବାଦୀଙ୍କୁ ଜବାବ ଦେବା ପାଇଁ ପ୍ରସ୍ତୁତ ହୋଇ ରହିଛି । ସେପଟେ ସ୍ଥାନୀୟ ଇନଫର୍ମରଙ୍କୁ ଆତଙ୍କବାଦୀଙ୍କୁ ଶରଣ ଦେଉଥିବା ଲୋକଙ୍କ ବିଷୟରେ ପତ୍ତା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନର ଏଭଳି ଚକ୍ରାନ୍ତ ପରେ ଜମ୍ମୁ କାଶ୍ମୀରରେ ଅନେକ ନେତାଙ୍କ ସୁରକ୍ଷା ବୃଦ୍ଧି କରାଯିବାର ସମ୍ଭାବନା ରହିଛି ।

Related Articles

Back to top button