ରଦ୍ଦ ହୋଇପାରେ ଧୀରଜ ସାହୁଙ୍କ ଡିଷ୍ଟିଲାରୀ ଲିମିଟେଡର ଲାଇସେନସ

ରାଜ୍ୟସଭା କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟରେ ରାଜ୍ୟ ଅବକାରୀ ବିଭାଗର ଏଣ୍ଟ୍ରି। ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ । ବଡ଼ କଥା ହେଉଛି ଏହି ଟିମ୍ ସାଙ୍ଗରେ ଆଣିଛି ଜିଓ ସର୍ଭିିଲାନ୍ସ ସିଷ୍ଟମ । କୁହାଯାଉଛି ଏହି ଯନ୍ତ୍ର ମାଟି ତଳେ ଥିବା ସୁନାକୁ ଠାବ କରିପାରିବ । ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢାଉ ପରେ ଟଙ୍କାର ପାହାଡ ଜବତ ହୋଇଛି । ଆଉ ଏବେ ସ୍ଥାବର ଅସ୍ଥାବର ସମ୍ପତ୍ତିର ଆକଳନ କରୁଛି ଆୟକର ବିଭାଗ । ତେଣୁ କେତେ ସୁନା, ରୂପା ଲୁଚାଇ ରଖିଛନ୍ତି ଧୀରଜ ସାହୁ ତାର ଖୋଳତାଡ ହେବ ।

ସେପଟେ ଧୀରଜ ସାହୁଙ୍କରଦ୍ଦ ହୋଇପାରେ ବୌଦ୍ଧ ଡିଷ୍ଟିଲାରୀ ଲିମିଟେଡର ଲାଇସେନସ । ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ, ବୌଦ୍ଧ ଡିଷ୍ଟିଲାରୀ ଲିମିଟେଡ କାରବାର କରିଛି କି ନାହିଁ ? ମଦ ବିକ୍ରୀ ଅନୁସାରେ ଶୁଳ୍କ ପଇଠ କରିଛି କି ? ଲାଇସେନସ ଓ ଚୁକ୍ତିନାମା ଠିକ ଭାବେ ପାଳନ ହୋଇଛି କି ନାହିଁ ଆଦିର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ ଅବକାରୀ ବିଭାଗ। ଯଦି କିଛି ତ୍ରୁଟି ନଜର ଆସେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଲାଇସେନସ ମଧ୍ୟ ବାତିଲ ହେବାର ସମ୍ଭାବନା ରହିଛି । ନିୟମ ବହିର୍ଭୂତ କୌଣସି ତ୍ରୁଟି ମିଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରାଜ୍ୟ ଅବକାରୀ କମିସନର ନରସିଂହ ଭୋଳ।

ସେହିପରି ଜବତ ହୋଇଥିବା ଟଙ୍କା ମଧ୍ୟରୁ ୨୮୫ କୋଟି ଟଙ୍କା ବ୍ୟାଙ୍କରେ ଜମା କରାଯାଇଛି । ସେପଟେ ଟିଟିଲାଗଡ଼ରେ ମଧ୍ଯ ମଦ ବ୍ୟବସାୟୀ ସଂଜୟ ସାହୁଙ୍କ ସାମ୍ରାଜ୍ୟ ଉପରେ ଚାଲିଛି ଛାନବିନ । ଟିଟିଲାଗଡ଼ ଆକ୍ସିସ ବ୍ୟାଙ୍କ ଲକରରୁ ବିପୁଳ ସୁନାଗହଣା ଜବତ ହୋଇଛି । ମଦ ବ୍ୟବସାୟୀ ସଂଜୟ ସାହୁଙ୍କ ପତ୍ନୀଙ୍କ ୪୦ ପ୍ରକାର ସୁନା ଅଳଙ୍କାର ଜବତ ହୋଇଛି ।

Related Articles

Back to top button