ପାହାଡ଼ିଆ ଅଞ୍ଚଳରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ
ରାଜ୍ୟରେ ବଢୁଛି ଶୀତ । ବିଶେଷ କରି ପାହାଡ଼ିଆ ଅଞ୍ଚଳରେ ରାତିର ପାରଦ ଅଧିକରୁ ଅଧିକ ତଳ ମୁହଁ ହୋଇ ଖସି ଚାଲିଛି । ତେଣୁ ସମସ୍ତ ଅଂଚଳରେ ପାରଦ ଖସିବାରୁ ଶୀତ ହେଉଛି । ରାଜ୍ୟର ଅଧିକାଂଶ ସହରରେ ରାତିର ତାପମାତ୍ରା ଦିନକୁ ଦିନ କମିବାରେ ଲାଗିଛି । ଯାହାଫଳରେ ସାରା ରାଜ୍ୟବାସୀ ଶୀତ ଅନୁଭବ କରୁଛନ୍ତି । ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି ଉଦୟଗିରିରେ ରହିଛି । ଯାହା ୭ ଡିଗ୍ରିକୁ ଖସି ଆସିଆସିଛି । ଏଥିସହ କିରେଇ ଓ ଫୁଲବାଣୀରେ ତାପମାତ୍ରା ୯ ଡିଗ୍ରିକୁ ଖସିଛି । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା । ପଶ୍ଚିମା ବାୟୁ ପ୍ରବାହ ଯୋଗୁ ଆସନ୍ତା କାଲି ଠାରୁ ରାଜ୍ୟରେ ଥଣ୍ଡା କମିଯିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ।